Latest Odisha News

୬ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କଲା ରେଙ୍ଗାଳି ପୋଲିସ

ଝାରସୁଗୁଡ଼ା : ୬ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ଝାରସୁଗୁଡା ଜିଲ୍ଲା ରେଙ୍ଗାଳି ପୋଲିସ । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଝାରସୁଗୁଡା ତଥା ବିଭିନ୍ନ ଜିଲ୍ଲାରେ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ବଡ଼ ବଡ଼ ଲୁହା ପାଣି ପାଇପକୁ ଏହି ଚୋରମାନେ ଚୋରି କରି ଛତିଶଗଡ଼ରେ ବିକ୍ରି କରୁଥିଲେ । ଏହି ଚୋରମାନେ ଗତ ୨୬ ଓ ୨୭ ତାରିଖରେ ବାଦିମାଲ ଓ ଅମାପାଲି ଅଞ୍ଚଳରେ ରଖାଯାଇଥିବା ପାଇପକୁ ଚୋରି କରି କନକତୋରା ନିକଟସ୍ଥ ଜଙ୍ଗଲରେ ଲୁଚାଇଥିଲେ । ହେଲେ ଖବର ପାଇ ପୋଲିସ ଚଢ଼ାଉ କରିଥିଲା ।

ସେଠାରୁ ପାଇପ ବୋଝେଇ ୨ଟି ଟ୍ରକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଛତିଶଗଡ଼ର ବିନୋଦ ରାଜ ଚୌହାନ, ସଞ୍ଜୟ ଗୋଣ୍ଡ, ସୁନ୍ଦରଗଡ଼ର ପ୍ରତାପ ସିଂ, ସମ୍ବଲପୁରର ସୁରେନ୍ଦ୍ର ନାଏକ, କୈଳାସ ଖଡ଼ିଆ ଓ ଅମୁସ ମୁଣ୍ଡା । ମୁଖ୍ୟ ଅଭିଯୁକ୍ତ ବିନୋଦ ରାଜ ଚୌହାନ ନିଜ ଟ୍ରକରେ ନକଲି ଗାଡି ନମ୍ବର ବ୍ୟବହାର କରି ଲୁହା ପାଇପ୍ ଚୋରି କରୁଥିଲା ।

Comments are closed, but trackbacks and pingbacks are open.