Latest Odisha News

BREAKING NEWS

ରୋହିତ କହିଲେ ‘ସରି ରିଙ୍କୁ’!

ଭୁବନେଶ୍ବର: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଚୟନ ହୋଇସାରିଛି। ହେଲେ ଏବେବି ଚୟନକୁ ନେଇ ଲାଗି ରହିଛି ବିବାଦ। ଏ ବିବାଦ କେବଳ ଜଣେ ଖେଳାଳିଙ୍କୁ ବାଦ୍ ଦେବାକୁ ନେଇ। ଏବେବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ରିଙ୍କୁ ସିଂ। ବିଶ୍ଵକପ ଟିମରେ କାହିଁକି ରିଙ୍କୁଙ୍କୁ ମିଳିଲାନି ସ୍ଥାନ, ପ୍ରଶ୍ନ ପଚାରୁଛନ୍ତି ଫ୍ୟାନ। ଫ୍ୟାନଙ୍କ ରାଗିବା ବି ସ୍ଵାଭାବିକ। କାରଣ ଯେଉଁ ଖେଳାଳି ଲଗାତର ଭଲ ପ୍ରଦର୍ଶନ କରିଆସୁଛନ୍ତି, ସେହି ଖେଳାଳିଙ୍କୁ ଟିମରୁ ବାଦ୍ ଦେବା କଥା ସହଜରେ ଗ୍ରହଣ କରି ପାରୁନାହାନ୍ତି ଫ୍ୟାନ୍ ।

କେବଳ ଫ୍ୟାନ ନୁହେଁ, ବିସିସିଆଇ ବି ଭଲ ଭାବେ ଜାଣି ସାରିଛି ଯେ ରିଙ୍କୁଙ୍କୁ ବାଦ୍ ଦେବା ନିଷ୍ପତ୍ତି କେତେ କଠିନ ଥିଲା। ଆଉ ଏବେ ଖୋଦ୍ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ରିଙ୍କୁଙ୍କୁ ସୁଯୋଗ ନମିଳିବା ନେଇ ଦୁଃଖିତ ହୋଇଛନ୍ତି। ଆଉ ରୋହିତ ସରି ରିଙ୍କୁ ବୋଲି କହିଛନ୍ତି। ଅବସର ଥିଲା ଟିମ୍ ଇଣ୍ଡିଆର ସାମ୍ୱାଦିକ ସମ୍ମିଳନୀ। ରୋହିତଙ୍କ ସହ ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ଥିଲେ। ଏହି ସମୟରେ ସାମ୍ୱାଦିକମାନେ ରିଙ୍କୁଙ୍କ ବାଦ୍ ପଡିବା ନେଇ ପ୍ରଶ୍ନ କରିଥିଲେ। ଅଗରକର କହିଥିଲେ, ରିଙ୍କୁଙ୍କର କିଛି ଭୁଲ ନଥିଲା। କିନ୍ତୁ ଟିମର କମ୍ବିନେସନ ଏମିତି ଥିଲା ଯେ ଆମେ ବାଧ୍ୟ ହୋଇ ରିଙ୍କୁଂକୁ ବାଦ୍ ଦେଲୁ। ଆମ ପାଇଁ ୧୫ ଜଣିଆ ସ୍କ୍ୱାଡ ବାଛିବା ସବୁଠୁ କଷ୍ଟକର ଥିଲା ବୋଲି କହିଛନ୍ତି ଅଗରକର। ସେପଟେ ଟିମରୁ ବାଦ୍ ପରେ ରିଙ୍କୁଙ୍କୁ ତୁରନ୍ତ ଭେଟିଛନ୍ତି ରୋହିତ। ଆଉ ରୋହିତ, ରିଙ୍କୁଙ୍କୁ  ଆଲିଙ୍ଗନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରିଛନ୍ତି ଫ୍ୟାନ।

Comments are closed.