Latest Odisha News

BREAKING NEWS

ରେଭେନ୍ନା ବାପା-ପୁଅଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି

ପୁନେ: କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲା ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ। ଏହି ଚିଠିରେ ଏଭଳି ଜଘନ୍ୟ ଅପରାଧର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ ପୀଡିତାମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଉଲ୍ଲେଖ କରିଛନ୍ତି ରାହୁଲ। ରାହୁଲ ଗାନ୍ଧୀ କହିଛନ୍ତି, ନ୍ୟାୟ ପାଇଁ ଲଢେଇ କରୁଥିବା ପୀଡିତାମାନେ ଆମ ସହାନୁଭୂତି ଓ ସମର୍ଥନର ହକଦାର। ସେମାନଙ୍କୁ ସିଦ୍ଧରମୈୟା ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ।

ଏହାପରେ ପୁନେରେ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ସାଧାରଣ ସଭାକୁ ସମ୍ବୋଧିତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ଏନେଇ ସିଧା ସିଧା ଟାର୍ଗେଟ କରିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏଭଳି ଜଘନ୍ୟ ଅଭିଯୋଗ ସତ୍ତ୍ବେ ପ୍ରଧାନମନ୍ତ୍ରୀ ଏକ ବଳତ୍କାରକାରୀ ପାଇଁ ପ୍ରଚାର କରିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

Leave A Reply

Your email address will not be published.