ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଦୀର୍ଘ ସମୟ ଧରି ଖରାପ ଫର୍ମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍ ପରେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସେ ବିଫଳ ହୋଇଥିଲେ। ସେ ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟରେ ମାତ୍ର ୩୧ ରନ କରିପାରିଥିଲେ।
ତେବେ ଖରାପ ପ୍ରଦର୍ଶନ ଯୋଗୁଁ ସେ ପଞ୍ଚମ ଟେଷ୍ଟର ପ୍ଲେଇଂ ଏକାଦଶରୁ ମଧ୍ୟ ବାଦ ପଡ଼ିଥିଲେ। ତାଙ୍କ ଖରାପ ପ୍ରଦର୍ଶନ ସତ୍ବେ ବିସିସିଆଇ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ରୋହିତଙ୍କ ଉପରେ ବିଶ୍ୱାସ ରଖିଛି। ‘ହିଟମ୍ୟାନ୍’ ଭାବରେ ଜଣାଶୁଣା ରୋହିତଙ୍କ ଭବିଷ୍ୟତ କଣ ହେବ ସେନେଇ ପ୍ରଶ୍ନ ଉଠିଛି।
କୁହାଯାଉଛି, ବିସିସିଆଇ ୧୯ ଫେବୃଆରୀରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପରେ ରୋହିତଙ୍କ ଭବିଷ୍ୟତକୁ ଆଗାମୀ ପଦକ୍ଷେପ ବିଷୟରେ ଜବାବ ମାଗିପାରେ।ରୋହିତ ଏପ୍ରିଲ ୨୦୨୫ ରେ ୩୮ବର୍ଷ ବୟସରେ ପାଦ ଦେବେ । ତାଙ୍କ ଅବସର ନେଇ ଗୁଜବ ପ୍ରାୟତଃ ଜୋର ଧରିଥାଏ । ସେ ଅବସର ନେବେ ନା ଖେଳିବା ଜାରି ରଖିବେ ତାହା ପରବର୍ତ୍ତୀ ସମୟରେ ଜଣାପଡିବ?
Comments are closed.