Latest Odisha News

ଆଉ ନିସ୍ତାର ନାହିଁ, ଆଗାମୀ ୧୦ରୁ ଟ୍ବିନସିଟିରେ ଯୋର ଦାର ଚେକିଂ

ଭୁବନେଶ୍ୱର: ଏବେ ଅମାନିଆ ହେବେ ସାବାଡ । ଆଉ ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଇପାରିବେନି କିମ୍ବା ଗାଡ଼ି କାଚରେ କଳାଜରି ମଧ୍ୟ ଲଗାଇପାରିବେ ନାହିଁ ନଚେତ୍ ନିଆଯିବ କଡ଼ା ଆକ୍ସନ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, କଟକ ଓ ଭୁବନେଶ୍ବରରେ ବ୍ୟାପକ ଚଢ଼ାଉ ହେବ । ଗାଡ଼ି କାଚରେ କଳାଜରି, ଉଚ୍ଚ ଶବ୍ଦରେ ହର୍ଣ୍ଣ ଥିଲେ କଡ଼ା ଆକ୍ସନ ନିଆଯିବ । ୧୦ ପୂର୍ବରୁ ଏଥିରୁ ନିବୃତ୍ତ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଫେବୃଆରୀ ୧୦ରୁ ହେବ ବଡ଼ ଧରଣର ଧରପଗଡ଼ ।

ସେହିପରି, ଆଗ ଓ ପଛ କାଚ ଦେଇ ଅତି କମରେ ୭୦ ପ୍ରତିଶତ ଦେଖାଯିବା ଜରୁରୀ । ବାମ ଓ ଡାହାଣ ପାର୍ଶ୍ବ କାଚ ଦେଇ ଅତି କମରେ ୫୦ ପ୍ରତିଶତ ଦେଖାଯିବା ଜରୁରୀ ବୋଲି ସୂଚନା ମିଳିଛି ।

Comments are closed.