Latest Odisha News

ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯାତ୍ରା କରିବେନି ନୀତିନ ମେନନ

ନୂଆଦିଲ୍ଲୀ: ଆଇସିସି ଏଲିଟ ପ୍ୟାନେଲରେ ସାମିଲ ଭାରତୀୟ ଅମ୍ପାୟର ନୀତିନ ମେନନ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯାତ୍ରା କରିବେ ନାହିଁ । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ମେନନ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଟୁର୍ଣ୍ଣାମେଂଟରୁ ଓହରି ଯାଇଛନ୍ତି । ପାକିସ୍ତାନର କରାଚୀ, ଲାହୋର ଓ ରାୱଲପିଣ୍ଡିରେ ମ୍ୟାଚଗୁଡିକ ଆୟୋଜନ କରାଯିବ । ସୁରକ୍ଷା ଦୃଷ୍ଟିକୋଣରୁ ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଆଇସିସି ବିଧିବଦ୍ଧ ଭାବେ ୧୫ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରିଛି । ଏଥିରେ ୧୨ ଅମ୍ପାୟର ଓ ୩ ମ୍ୟାଚ ରେଫରୀ ସାମିଲ ।

ଡେଭିଡ ବୁନ, ରଞ୍ଜନ ମଦୁଗୁଲେ ଓ ଆଣ୍ଡ୍ର‌୍ୟୁ ପାଇକ୍ରଫ୍ଟଙ୍କୁ ମ୍ୟାଚ ରେଫରୀ ଦାୟିତ୍ୱ ପ୍ରଦାନ କରାଯାଇଛି । କୁମାର ଧର୍ମସେନା, କ୍ରିସ ଗ୍ୟାଫେନୀ, ମାଇକଲ ଗ, ଆଡ୍ରିୟନ ହୋଲ୍ଡଷ୍ଟକ, ରିଚାର୍ଡ ଇଂଲିୱର୍ଥ, ରିଚାର୍ଡ କେଟଲୀବୋରୋ, ଏହଶାନ ରାଜା, ପଲ ରାଫେଲ, ଶରଫୁଦୌଲା ଶହିଦ, ରଡନୀ ଟକ, ଆଲେକ୍ସ ହ୍ୱାର୍ଫ, ଜୋଏଲ ୱିଲ୍ସନ । ୧୨ ଅମ୍ପାୟରଙ୍କୁ ନେଇ ଏକ ପ୍ରତିଷ୍ଠିତ ପ୍ୟାନେଲ ୮ଟି ଟିମକୁ ନେଇ ଆୟୋଜିତ ହେଉଥିବା ଟୁର୍ଣ୍ଣାମେଂଟରେ ଅମ୍ପାୟରିଂ କରିବେ । ଏମାନଙ୍କ ମଧ୍ୟରୁ ୨୦୧୭ରେ ୬ଜଣ ଅମ୍ପାୟର ଏଲିଟ ପ୍ୟାନେଲରେ ସାମିଲ ହୋଇଥିଲେ ।

Comments are closed.