Latest Odisha News

ଭାରତ ବଜାରକୁ ଆସିଲା ବିଳାସପୂର୍ଣ୍ଣ କାର ‘ରୋଲ୍ସ ରୋଏସ୍ ଘୋଷ୍ଟ ସିରିଜ’,ଦାମ୍ ଜାଣିଲେ ହେବେ ଚକିତ

ଭୁବନେଶ୍ବର: ବିଳାସପୂର୍ଣ୍ଣ କାର ନିର୍ମାତା ରୋଲ୍ସ ରୋଏସ୍ Ghost SeriesII କୁ ଭାରତୀୟ ବଜାରରେ ଲଞ୍ଚ କରିଛି । ଏହା ତିନୋଟି  ମଡେଲ (Standard, Extended and Black Badge)ରେ ମାର୍କେଟକୁ ଆସିଛି । ଏକ୍ସ ଶୋରୁମ୍ ପ୍ରାଇସ କ୍ରମାଗତ ୮.୯ କୋଟି, ୧୦.୧୯ କୋଟି, ୧୦.୫୨ କୋଟି ରହିଛି ।

କମ୍ପାନୀ ଏହି ବିଳାସପୂର୍ଣ୍ଣ ସେଡାନର ବୁକିଂ କରିବା ଆରମ୍ଭ କରିଦେଇଛି ଏବଂ ଏହାର ଡେଲିଭରି ୨୦୨୫ର ପ୍ରଥମ ତ୍ରୈମାସରେ ଆରମ୍ଭ ହେବ । କମ୍ପାନୀ ଏହି ସେଡାନକୁ ରିଡିଜାଇନ୍ କରିଛି ଏବଂ ନୂଆ Ghost SeriesIIରେ ଏକ ନୂତନ ଏକ୍ସଟିରିୟର ରଙ୍ଗ ଆସିଛି, ଯାହାର ରଙ୍ଗ ମଷ୍ଟିକ ବ୍ଲୁ ରଖାଯାଇଛି । ଅକ୍ଟୋବର ୨୦୨୪ରେ ରୋଲ୍ସ ରଏସ୍ ଘୋଷ୍ଟ ସିରିଜ୍ ୨ (Rolls Royce Ghost Series II) ବିଶ୍ବ ବଜାରକୁ ଆସିଥିଲା । ଏହାର ଦୁଇ ମାସପରେ ଇଣ୍ଡିଆ ମାର୍କେଟକୁ ଆସିଛି ।

ଏଥିରେ ନୂଆ ଟ୍ରାପେଜଏଡାଲ୍ ଆକୃତିର ହେଡଲ୍ୟାମ୍ପ, ଅପଡେଟ୍ ଡିଆରଏଲ ୟୁନିଟ୍,ସଂଶୋଧିତ ଫ୍ରଣ୍ଟ ବମ୍ପର ଏବଂ ଏୟାର ଅନଟେକ୍ ରହିଛି । ଏହାର ଟେଲ୍ ଲ୍ୟାମ୍ପ ଗୁଡିକର ଡିଜାଇନ୍ ସମାନ ରଖାଯାଇଛି, । ଦୁଇଟି ନୂତନ ୨୨-ଇଞ୍ଚ୍ ଚକଗୁଡିକର ବିକଳ୍ପ ଦିଆଯାଇଛି, ଯାହାର ୯-ସ୍କୋପ୍ ଡିଜାଇନ୍ ଅଛି ।

କମ୍ପାନୀ ଏଥିରେ ଏକ ଆକର୍ଷଣୀୟ ଫୁଲ୍ ଲେନ୍ଥ ଗ୍ଲାସ୍ ପ୍ୟାନେଲ୍ ଲାଗିଛି, ଯାହାକି ରୋଲ୍ସ-ରୋଏସ୍ ର ଅଭିନବ ‘ସ୍ପିରିଟ୍’ ଅପରେଟିଂ ସିଷ୍ଟମକୁ ହାଇଲାଇଟ୍ କରିଥାଏ ।

ଏହି ସେଡାନରେ ସମାନ 6.75-ଲିଟର ଟ୍ବିନ୍-ଟର୍ବୋ V12 ଇଞ୍ଜିନ୍ ବ୍ୟବହୃତ ହୋଇଛି, ଯାହା ସହିତ ଏହା 8-ସ୍ପିଡ୍ ସ୍ବୟଂଚାଳିତ ଟ୍ରାନ୍ସମିସନ୍ ଯୋଡା ଯାଇଛି । ପଛ ସିଟ୍‌ରେ ବସି ଯାତ୍ରା କରିବାର ଅଭିଜ୍ଞତାକୁ ଅଧିକ ଉନ୍ନତ କରିବା ପାଇଁ ସ୍କ୍ରିନରେ ଦୁଇଟି ଷ୍ଟ୍ରିମିଂ ଡିଭାଇସକୁ କନେକ୍ଟ କରିବାର ବିକଳ୍ପ ଦିଆଯାଇଛି ।

 

Comments are closed.