Latest Odisha News

BREAKING NEWS

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ଯୋଗଦେବେ ଆଇଏଏସ ରୂପା ମିଶ୍ର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶିକା ରୂପା ମିଶ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ଜଳ ପରିମଳ ବିଭାଗର ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ତୁଲାଇବେ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, କେନ୍ଦ୍ର ସରକାରଙ୍କ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବିଭାଗ ତାଙ୍କୁ ୫ ବର୍ଷ ଲାଗି ନିଯୁକ୍ତି ପ୍ରଦାନ କରିଛି ।

୨୦୦୪ ବ୍ୟାଚର ଏହି ଆଇସିଏସ ଟପ୍ପରଙ୍କ ଆବେଦନକୁ ଏକମାସ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଥିଲେ ।

Leave A Reply

Your email address will not be published.