Latest Odisha News

BREAKING NEWS

ରୁଟ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ଅଧିନାୟକ, ଫ୍ଲେମିଂ ହେଲେ କୋଚ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଜୋ ରୁଟ୍‌ଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ସେ ନିକଟରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେନ୍ ଷ୍ଟୋକ୍ସଙ୍କ ସ୍ଥାନ ନେବେ । ଏହା ସହିତ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ଫ୍ଲେମିଂଙ୍କୁ ନୂଆ ହେଡ୍ କୋଚ୍ (ମୁଖ୍ୟ ପ୍ରଶିକ୍ଷକ) କରାଯାଇଛି ।  ରୁଟ ପୂର୍ବରୁ ୧୩ ଫେବୃଆରୀ ୨୦୧୭ ରୁ ୧୫ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ  ୬୪ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ନେତୃତ୍ୱ ନେଇଛନ୍ତି । ପ୍ରାୟ ୫ ବର୍ଷର କାର୍ଯ୍ୟକାଳ ପରେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ପାଇଁ ଗତ କିଛି ମାସ ବେଶ୍ ହଟଚମଟପୂର୍ଣ୍ଣ ରହିଥିଲା । ଚେଲସିରେ ସିରିଜ୍‌ର ପ୍ରଥମ ମ୍ୟାଚ ପରେ ବିଳମ୍ବିତ ରାତିରେ ମଦ୍ୟପାନ ଏବଂ ନାଇଟ୍‌କ୍ଲବ୍ ବିବାଦ ଯୋଗୁଁ ବେନ ଷ୍ଟୋକ୍ସଙ୍କୁ ନିଲମ୍ବନର ସାମ୍ନା କରିବାକୁ ପଡ଼ିଥିଲା ।  ଏହି ବିବାଦ ପରେ ଷ୍ଟୋକ୍ସ ଚଳିତ ବର୍ଷ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । ୫୧ ବର୍ଷୀୟ ଷ୍ଟିଫେନ୍ ଫ୍ଲେମିଂ ବିଶ୍ୱର ଅନ୍ୟତମ ସଫଳ କ୍ରିକେଟ୍ କୋଚ୍ ଭାବେ ଗଣାଯାଆନ୍ତି । ତାଙ୍କ ପ୍ରଶିକ୍ଷଣରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଓଚଖ ଟାଇଟଲ୍ ଜିତିଛି । ବ୍ରେଣ୍ଡନ୍ ମ୍ୟାକକୁଲମ ଟେଷ୍ଟ ଦଳର କୋଚ୍ ପଦରୁ ଓହରି ଯାଇଥିଲେ ହେଁ, ଆସନ୍ତା ବର୍ଷ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡର ହେଡ୍ କୋଚ୍ ଭାବେ କାର୍ଯ୍ୟ କରିବେ ।

Leave A Reply

Your email address will not be published.