Latest Odisha News

୪୦୦ କୋଟି ମେଗା ବଜେଟରେ ଫିଲ୍ମ କରିବେ ଅଜୟ ଦେବଗାନ

ମୁମ୍ବାଇ: ପୁନର୍ବାର ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗାନ । ରିପୋର୍ଟ ମୁତାବକ ଏହି ଆକ୍ସନ ହୀରୋ ୪୦୦ କୋଟିରୁ ଊର୍ଦ୍ଧ୍ୱ ମେଗା ବଜେଟରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ହିନ୍ଦୀ ସିନେମାର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ହେବ । ଏହା ଏକ ପୌରାଣିକ କାହାଣୀ ଉପରେ ଆଧାରିତ ହେବ । ଏହାର ସ୍କ୍ରିପ୍ଟ କାର୍ଯ୍ୟ ମଧ୍ୟ ସେ ଶେଷ କରିଥିବା ଜଣାପଡିଛି । ଖୁବ୍ ଶୀଘ୍ର ସେ ଅଫିସିଆଲି ଭାବେ ଏ ସମ୍ପର୍କରେ ଘୋଷଣା କରିବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

ଅଜୟଙ୍କ ଆଗାମୀ ଫିଲ୍ମ ରନୱେ ୩୪ ଇଦରେ ରିଲିଜ ହେବ । ସେ ଏବେ ଭୋଲା, ଥ୍ୟାଙ୍କସ ଗଡ, ଦୃଶ୍ୟମ ୨, ସର୍କସ ଓ ମୈଦାନ ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଏହା ବ୍ୟତୀତ ସେ ନୀରଜ ପାଣ୍ଡେଙ୍କ ଚାଣକ୍ୟ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ।

Leave A Reply

Your email address will not be published.