Latest Odisha News

BREAKING NEWS

ରାଉରକେଲାରେ ଆଜିଠୁ ‌ଟିକାକରଣ ଲାଗି ସ୍ଲଟ୍‌ ବୁକିଂ ଆରମ୍ଭ

ରାଉରକେଲା: ଆଜିଠୁ ଇସ୍ପାତ ସହରରେ ଖୋଲିଲା ଟିକାକରଣ ଲାଗି ସ୍ଲଟ୍‌ ବୁକିଂ। ସହରର ବାସିନ୍ଦାମାନେ ସୋମବାର ଦିନ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ପାଇଁ ସ୍ଲଟ୍ ବୁକ୍ କରିପାରିବେ।

୧୮ରୁ ୪୪ ଏବଂ ୪୫ ବର୍ଷ ବୟସରୁ ଅଧିକ ବର୍ଗଙ୍କ ଲାଗି ଅଗଷ୍ଟ ୨୪ ଏବଂ ୨୫ (ମଙ୍ଗଳବାର ଏବଂ ବୁଧବାର) ଟିକାକରଣ ପାଇଁ ସ୍ଲଟ୍ ବୁକ୍ କରିପାରିବେ ବୋଲି ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଆରଏମସି) ଟୁଇଟ୍ କରିଛି।

ଟିକାକରଣ କେନ୍ଦ୍ରଗୁଡିକ ହେଉଛି IGH, RGH, UCHC ପାନପୋଶ, SAIL ସ୍ୱାସ୍ଥ୍ୟ କେନ୍ଦ୍ର, ହୋମିଓପାଥିକ କଲେଜ, ଭଞ୍ଜ ଭବନ ଏବଂ ବଣ୍ଡାମୁଣ୍ଡାର ରେଳ ହସ୍ପିଟାଲ।

ଲୋକଙ୍କୁ ଟିକାକରଣ କେନ୍ଦ୍ରଗୁଡ଼ିକରେ ଥିବା ସମସ୍ତ କରୋନା ନିର୍ଦ୍ଦେଶାବଳୀଗୁଡିକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.