Latest Odisha News

BREAKING NEWS

ସଂଶୋଧନ ହେଲା ରାଉରକେଲା-ପୁରୀ ବନ୍ଦେ ଭାରତ ସେବା, ମଙ୍ଗଳବାର ଛାଡ଼ି ସବୁଦିନ ଚାଲିବ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ସେବାରେ ସଂଶୋଧିତ କରାଯାଇଛି । କେବଳ ମଙ୍ଗଳବାରକୁ ବାଦ୍ ଦେଲେ ଅନ୍ୟ ଦିନ ମାନଙ୍କରେ ଜାରି ରହିବ ଟ୍ରେନ୍ ସେବା । ପୂର୍ବରୁ ଶନିବାର ବ୍ୟତିତ ସବୁ ଦିନ ଚଳାଚଳ କରୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ।

ସଂଶୋଧିତ ହୋଇଥିବା ସମୟ ସୂଚୀ:-

ରାଉରକେଲା-ପୁରୀ- ରାଉରକେଲା ବନ୍ଦେ ଭାରତ ଟ୍ରେନର ସାପ୍ତାହିକ ଛୁଟି ମଙ୍ଗଳବାର । ଆସନ୍ତା ଜୁନ୍‌ ୩ରୁ ଲାଗୁ ହେବ । ଏହିଦିନ ଟ୍ରେନ ଚଳାଚଳ ବନ୍ଦ ରହିବ ଏବଂ ଜୁନ୍‌ ୭ ଠାରୁ ଶନିବାରରେ ମଧ୍ୟ ଟ୍ରେନ୍ ଚଳାଚଳ ସ୍ବାଭାବିକ ରହିବ ।
୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ଟା ରେ ଛାଡି ମଧ୍ୟାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚୁଛି ।
୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ମଧ୍ୟାହ୍ନ ୨ ଟା୧୦ ମିନଟରେ ଛାଡି ପୁରୀରେ ରାତି ୯ଟା ୪୦ ମିନଟରେ ପହଞ୍ଚୁଛି ।
ଏହି ଟ୍ରେନ୍ ପାଇଁ ସ୍ଥିରିକୃତ ଷ୍ଟେସନ ଗୁଡ଼ିକରେ ଟ୍ରେନର ସମୟ ଏବଂ ରହଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ସୂଚନାଯୋଗ୍ୟ, ୨୦୨୩ ମସିହା ଏପ୍ରିଲ ମାସରେ ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଟ୍ରେନ ଭୁବନେଶ୍ୱରରୁ ହାୱଡାକୁ ଗଡିଥିଲା । ସେହିପରି ଭାବରେ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ରାଉରକେଲାରୁ ଭୁବନେଶ୍ୱର ସେପ୍ଟେମ୍ବର ୨୦୨୩ରେ ଚଳାଚଳ କରିଥିଲା ।

Comments are closed.