Latest Odisha News

ଏକାଠି ନଜର ଆସିବେ ଶାହିଦ-କିର୍ତ୍ତୀ: ରିଲିଜ୍ ହେଲା ପୋଷ୍ଟର

ମୁମ୍ବାଇ: ବଲିଉଡର ଚକୋଲେଟ୍ ହିରୋ ଶାହିଦ କପୁର ତାଙ୍କ ଫିଲ୍ମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି । ଗତ ଫେବୃଆରୀରେ ଶାହିଦଙ୍କ ୱେବ୍ ସିରିଜ୍ ‘ଫର୍ଜି’ ରିଲିଜ୍ ହୋଇଥିଲା । ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ସିରିଜ ଜରିଆରେ ଶାହିଦ କପୁର ଓଟିଟିରେ ଡେବ୍ୟୁ କରିଛନ୍ତି । ଆଗକୁ ଶାହିଦ କପୁର ଓ ଅଭିନେତ୍ରୀ କିର୍ତ୍ତୀଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମର ପ୍ରଥମ ଲୁକ୍ ମଧ୍ୟ ରିଲିଜ୍ ହୋଇସାରିଛି, ଯେଉଁଥିରେ ଉଭୟଙ୍କ ହଟ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ପୋଷ୍ଟରରେ ଶାହିଦ ଏକ ବାଇକରେ ବସିଥିବାବେଳେ କର୍ତ୍ତୀ ତାଙ୍କ ସାମ୍ନାରେ ବସି ଏକ ରୋମାଣ୍ଟିକ୍ ପୋଜ୍ ଦେଇଛନ୍ତି । ଏହି ଯୋଡ଼ିକୁ ଏକାଠି ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।
ଏହି ଫିଲ୍ମଟି ଏକ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି । ଏଥିରେ କ୍ରିର୍ତ୍ତୀ ଏକ ରୋବଟ୍ ଭୂମିକାରେ ଅଭିନୟ କରୁଥିବା ବେଳେ ଶାହିଦଙ୍କୁ ବୈଜ୍ଞାନିକ ରୂପେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ନଜର ଆସିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମର କୌଣସି ନାମ ସ୍ଥିର କରାଯାଇ ନାହିଁ । ଏହା ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

BjdElectrycity
Leave A Reply

Your email address will not be published.