ଚାରିଆଡେ କରୋନାକୁ ନେଇ ଭୟଭୀତ ଅବସ୍ଥା ଥିବା ବେଳେ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆର୍ଆର୍ଆର’ର ମୋସନ ପୋଷ୍ଟର ଆଜି ରିଲିଜ ହୋଇଛି । ଏହି ଫିଲ୍ମରେ ‘ଆର୍ଆର୍ଆର’କୁ ରାଇଜ, ରୋର୍, ରିଭୋଲ୍ଟ ବୋଲି ଦର୍ଶାଯାଇଛି ।
ଏସ୍. ଏସ୍. ରାଜାମୌଲି ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାମଚରଣଙ୍କୁ ପାଣି ଓ ଜୁନିଅର ଏନ୍ଟିଆରକୁ ନିଆଁ ଭାବେ ଦର୍ଶାଯାଇଛି । ପୋଷ୍ଟର ଦେଖି ଏତିକି ଅନୁମାନ କରାଯାଉଛି ଯେ ରାମଚରଣ ଓ ଏନଟିଆର ଦୁହେଁ ଏକ ଅପୋଜିଟ୍ କ୍ୟାରେକ୍ଟରରେ ଆସୁଛନ୍ତି । ଇଂରେଜମାନଙ୍କ ବିରୋଧରେ ଲଢିବାର ରାସ୍ତା ଏମାନଙ୍କର ଭିନ୍ନ କିନ୍ତୁ ଲକ୍ଷ୍ୟ ଏକ ହୋଇଥିବ । ଏହି ମୋସନ ପୋଷ୍ଟର କନ୍ନଡ, ତାମିଲ,ତେଲୁଗୁ, ମାଲାୟଲମ୍ ଓ ଇଂରାଜୀରେ ଭାଷାରେ ରିଲିଜ ହୋଇଛି ।
Comments are closed.