ଭୁବନେଶ୍ୱର: ରାଜଧାନୀରେ ଲକଡାଉନ ସମୟରେ ଭୋକିଲା ଥିବା ଗାଈ ଗୋରୀ ଓ ବୁଲା କୁକୁରଙ୍କୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଖାଦ୍ୟ ଦେଇଛି ବିଏମ୍ସି । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି ।
ମିଳିଥିବା ତଥ୍ୟ ଅନୁଯାୟୀ, ୫୩ ଦିନରେ ବିଏମ୍ସି ବୁଲା କୁକୁର ଓ ଷଣ୍ଢକୁ ୧୦ ଲକ୍ଷ ୬୦ ହଜାର ଟଙ୍କାର ଖାଦ୍ୟ ଦେଇଛି । ୧୦ଲକ୍ଷ ୬୦ ହଜରରୁ ନଗର ଉନ୍ନୟନ ବିଭାଗ ୭ ଲକ୍ଷ ୪୦ ହଜାର ଦେଇଥିବା ବେଳେ ବିଏମ୍ସି ଦେଇଛି ୩ଲକ୍ଷ ୨୦ ହଜାର ଟଙ୍କା ।
କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଥିଲା । ଫଳରେ ଚାରିଆଡେ ସବୁ କିଛି ବନ୍ଦ ରହିଥିଲା । ଏପରି ସ୍ଥଳରେ ଖାଇବାକୁ ନପାଇ ବୁଲା କୁକୁର ଓ ଷଣ୍ଢମାନେ ଭୋକିଲା ରହିଥିଲେ । ସେମାନଙ୍କ ଭୋକ ମେଂଟାଇବା ପାଇଁ ବିଏମ୍ସି ଓ ନଗର ଉନ୍ନୟନ ବିଭାଗ ଏପରି ପଦକ୍ଷେପ ନେଇଥିଲେ ।
Comments are closed.