Latest Odisha News

BREAKING NEWS

ବାଜପେୟୀଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କଲେ ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି “ ଅଟଳ ଜୀ ଏବେ ଆମ ଗହଣରେ ନାହାନ୍ତି ବୋଲି ଜମାରୁ ବିଶ୍ୱାସ ହେଉ ନାହିଁ” । ସଂସଦ ଭବନର ଏନେକ୍ସିରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ଉପସ୍ଥିତିରେ ମୋଦୀ ଏହି ମୁଦ୍ରା ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଚଳିତ ବର୍ଷ ଅଗଷ୍ଟ ମାସ ୧୬ ତାରିଖରେ ଅଟଳ ବିହାରୀ ବାଭପେୟୀଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ଘଟିଥିଲା । ଏହି ମୁଦ୍ରାଟିର ଓଜନ ୩୫ ଗ୍ରାମ ହୋଇଥିବା ନେଇ ସୂଚନା ମିଳିଛି ।

ଏହି ମୁଦ୍ରାର ଗୋଟିଏ ପାଶ୍ୱର୍ରେ ଅଟଳ ବିହାରୀ ବାଜପେୟୀଙ୍କ ନାମ ଓ ଚିତ୍ର ଉଲ୍ଲେଖ କରାଯାଇଛି । ବାଜପେୟୀଙ୍କ ସମ୍ମାନରେ ଉନ୍ମୋଚିତ ହୋଇଥିବା ଏହି କଏନର ଅନ୍ୟ ପାଶ୍ୱର୍ରେ ବାଜପେୟୀଙ୍କ ଜନ୍ମ ଓ ମୃତ୍ୟୁ ମସିହା ଯଥାକ୍ରମେ ୧୯୨୪ ଓ ୨୦୧୮ ମସିହା ଉଲ୍ଲେଖ ରହିଛି ।

Leave A Reply

Your email address will not be published.