Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଆଇଆଇଟି ଭୁବନେଶ୍ୱରକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କଲେ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡିଶା ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା କରି କହିଛନ୍ତି “ ପୂର୍ବ ଭାରତର ଅଭିବୃଦ୍ଧି ଲାଗି କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ସହଯୋଗରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଏକ ଇତିହାସ ସୃଷ୍ଟି ହୋଇଛି” ।

ସେ ଆହୁରିମଧ୍ୟ କହିଛନ୍ତି “ସବକା ସାଥ ସବକା ବିକାଶ” ଓଡିଶାର ଜନସାଧାରଣ ଲାଗି ସମର୍ପିତ ।

ନବଭାରତର ନିର୍ମାଣ ଅବକାଶରେ ପୂର୍ବୋଦୟ ଏକ ଅଂଶବିଶେଷ । ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ଓଡିଶାରେ ୧୪ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ।

ରାଜଧାନୀ ଉପକଣ୍ଠସ୍ଥ ଅରଗୁଳ ଠାରେ ଭୁବନେଶ୍ୱର ଆଇଆଇଟି ଠାରେ ଏକ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ସବୁ ପ୍ରକଳ୍ପର ଉଦଘାଟନ କରିଛନ୍ତି ।

ଏଥିସହିତ ଐତିହାସିକ ପାଇକ ବିଦ୍ରୋହ(୧୮୧୭)ର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ। ପରେ ପାଇକ ବିଦ୍ରୋହ ଉପଲକ୍ଷେ ୨ଶହ ଟଙ୍କିଆ ମୁଦ୍ରାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଛନ୍ତି। ମୋଦି ଇଣ୍ଡିଆନ ଅଏଲ ପାରାଦୀପ- ହାଇଦ୍ରାବାଦ ଉତ୍ପାଦ ପାଇପ ଲାଇନଏବଂ ଗେଲର ବୋକାରୋ-ଅନୁଗୁଳ ଗ୍ୟାସ ପାଇପ ଲାଇନ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୨୨୦୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ ୬ ଲେନ ବିଶିଷ୍ଟ ଚଣ୍ଡିଖୋଲ-ଭଦ୍ରକ ରାଜପଥ, ୪ ଲେନ ବିଶିଷ୍ଟ କଟକ-ଅନୁଗୁଳ ରାଜପଥର ଶିଳାନ୍ୟାସ କରାଯାଇଛି ।ସେହିପରି ୫୦ ଶଯ୍ୟା ବିଶିଷ୍ଟ ଇଏସଆଇ (କର୍ମଚାରୀ ରାଜ୍ୟ ବୀମା ନିଗମ ) ହସ୍ପିଟାଲକୁ ମଧ୍ୟ ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ ।

ଏହା ପରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧାସ୍ଥିତ ନାଇଜର ଅଭିମୁଖେ ଗସ୍ତ କରି ଆୟୋଜିତ ଏକ ସଭାରେ ଯୋଗ ଦେଇଥିବା ନେଇ ଜଣାପଡିଛି ।

ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦରଠାରେ ପ୍ରାୟ ୧ଟା ସମୟରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ରହିଥିବା ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି ।

ଆହୁରିମଧ୍ୟ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧାସଳଖ ଅରଗୁଳ ସ୍ଥିତ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ ଅଭିମୁଖେ ବାହାରିଥିଲେ । ସେଠାରେ ପୂର୍ବରୁ ଉପସ୍ଥିତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିଥିଲେ ।

Leave A Reply

Your email address will not be published.