ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।
ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଚଳାଉଥିବା ଏକ ଗାଡ଼ିରୁ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି ।
ଆହୁରି ମଧ୍ୟ ତାଙ୍କ ନିକଟରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନର ମଧ୍ୟ ଜବତ କରା ଯାଇଛି । ପରେ ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ସରପଞ୍ଚଙ୍କ ସ୍ୱାମୀଙ୍କୁ ପୋଲିସ ହେପାଜତରେ ନେଇଥିବା ସୂଚନା ମିଳିଛି ।
ତେବେ ଏହି ଘଟଣାର ଛାନଭିନ୍ନ କରିବା ସହିତ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି ।
Comments are closed.