Latest Odisha News

BREAKING NEWS

୨୦୦୦ ନୋଟ ବନ୍ଦ ହେବ କି, ୨ ବର୍ଷ ହେଲା ଛପାଯାଉନି !

ନୂଆଦିଲ୍ଲୀ: ୨୦୦୦ ନୋଟ ୨ବର୍ଷ ହେବ ଛପା ଯାଉନି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସଂସଦକୁ ସୂଚନା ଦିଆଯାଇଛି । ସଂସଦରେ ଏମଡିଏମେ ଏମପି ଏ.ଗଣେଶାମୁର୍ଥୀ ୨୦୧୬ ବିମୁଦ୍ରୀକରଣ ପରେ ଏହି ନୋଟର କାହିଁକି କମ୍ ପରିମାଣରେ ବଜାରକୁ ଆସୁଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତରରେ ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗଠାକୁର ୨ ବର୍ଷ ହେଲା ଏହା ଛପା ଯାଉନି ବୋଲି ସ୍ପଷ୍ଟ କରିଥିଲେ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପରାମର୍ଶକ୍ରମେ କେଉଁ ନୋଟ କେତେ ପରିମାଣର ଛପା ଯିବ ସେ ନେଇ କେନ୍ଦ୍ର ସରକାର ନିଷ୍ପତି ନିଅନ୍ତି ବୋଲି ସେ କହିଥିଲେ । ଲୋକଙ୍କ ସୁବିଧାକୁ ଦେଖି ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତି ବୋଲି ଠାକୁର କହିଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତିକୁ ଏବେ ବି ବିରୋଧୀମାନେ ସମାଲୋଚନା କରି ଆସୁଛନ୍ତି ।

Leave A Reply

Your email address will not be published.