Latest Odisha News

BREAKING NEWS

ବନ୍ୟାରେ ଧୋଇଗଲା ୨୮୩ କୋଟି ଟଙ୍କାର ନଦୀବନ୍ଧ

ଭୁବନେଶ୍ୱର: ବନ୍ୟାରେ ଧୋଇଗଲା ୨୮୩ କୋଟି ଟଙ୍କାର ନନୀବନ୍ଧ । ଏଥିସହ ୩୮ଟି ଘାଇ ଏବଂ ୯୯୬ କିଟୋର ନବୀବନ୍ଦ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଏନେଇ ଆଜି ଜଳସମ୍ପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ବିଭାଗିୟ ମୁଖ୍ୟଯନ୍ତ୍ରୀ । ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ଚିଠିରେ ଦର୍ଶାଇଛନ୍ତି ଯେ, ୧୧ ଜିଲ୍ଲାରେ ୩୫୧ କିଲୋମିଟର ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ।

ଏଥିସହ ଘାଇ ମରାମତି , ସ୍ଥାୟୀ ଓ ଅସ୍ଥାୟୀ ମରାମତି ପାଇଁ ଓ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ୯୩୨ କୋଟି ଆବଶ୍ୟକ। ୯୩୨ କୋଟିର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ।

Leave A Reply

Your email address will not be published.