Latest Odisha News

BREAKING NEWS

ପୁରୀ: ସିଦ୍ଧ ମହାବୀର ମନ୍ଦିରରୁ ଦୁର୍ବୃତ୍ତ ଲୁଟିଲେ ୩ ଲକ୍ଷରୁ ଅଧିକ ଟଙ୍କା

ପୁରୀ: ପୁରୀ ଜିଲ୍ଲା ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧ ମହାବୀର ମନ୍ଦିରର ଦାନ ବାକ୍ସ ତଥା ହୁଣ୍ଡି ଭାଙ୍ଗି କେତେକ ଦୁର୍ବୃତ୍ତ ସୋମବାର ରାତିରେ ପାଖାପାଖି ୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ମନ୍ଦିରର ପୂଜକ ପୂଜା ନିମନ୍ତେ ମନ୍ଦିରର ଗେଟ୍ ଖୋଲିଥିଲେ । ପରବର୍ତ୍ତୀ ସମୟରେ କେହି ଦୁର୍ବୃତ୍ତ ମନ୍ଦିରରରେ ଥିବା ଦାନ ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ଲୁଟି ନେଇଥିବା ଜଣାପଡିଥିଲା । ଏନେଇ ମନ୍ଦିର ଅଧିକାରୀ ତାଳବଣିଆ ଥାନାରେ ଏକ ଏତଲା ଦାୟର କରିଛନ୍ତି ।

ତେବେ ପୋଲିସ ଘଟଣାରେ ସମ୍ପୃକ୍ତି ନେଇ ୨ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.