ଖୋର୍ଦ୍ଧା: ନିଶା କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି।
ଏକ ସୂଚନା ଆଧାରରେ ଏନଫୋର୍ସମେଣ୍ଟ ଟିମ୍ ଗତକାଲି ରାତିରେ ଜାତୀୟ ରାଜପଥ ୧୬ ନିକଟସ୍ଥ ଏକ ହୋଟେଲ ନିକଟରେ ଚଢାଉ କରିଥିଲା। ଅଭିଯାନ ସମୟରେ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିଥିଲା। ନିଶାଦ୍ରବ୍ୟ ବ୍ୟତୀତ ପୋଲିସ ସେମାନଙ୍କ କବଜାରୁ ୧୮,୦୦୦ ଟଙ୍କା ନଗଦ ଏବଂ ଏକ ବୁଲେଟ୍ ବାଇକ୍ ମଧ୍ୟ ଜବତ କରିଛି। ଅପରପକ୍ଷରେ ଗିରଫ ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଖୋର୍ଦ୍ଧା ଏସପି ସ୍ମିତ ପରମାର ସୂଚନା ଦେଇଛନ୍ତି ଯେ ଜବତ ଚୋରା ଦ୍ରବ୍ୟର ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। “ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଯୋଗାଣକାରୀ, ଗ୍ରାହକ ଏବଂ ନେଟୱାର୍କରେ ସମ୍ପୃକ୍ତ ଅନ୍ୟ ଜଣେ ସହଯୋଗୀ। ଅଭିଯୁକ୍ତଙ୍କ ପରିବାରର କିଛି ସଦସ୍ୟ ମଧ୍ୟ ବର୍ତ୍ତମାନ ନିଶା ସମ୍ବନ୍ଧୀୟ ମାମଲାରେ ଜେଲରେ ଅଛନ୍ତି। ତେବେ ଏନେଇ ଅଧିକ ତଦନ୍ତ ଚାଲିଛି।