Latest Odisha News

BREAKING NEWS

ବିମାନବନ୍ଦରରୁ ୭୫ ଲକ୍ଷ ନଗଦ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ଦୁଇ ଯାତ୍ରୀଙ୍କ ଟ୍ରଲି ବ୍ୟାଗ ସ୍କ୍ରିନିଂ କରୁଥିବାବେଳେ ୭୫ ଲକ୍ଷ ଟଙ୍କା ଜବତ କରାଯାଇଛି। ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ କରାଯାଉଛି।

ସୂଚନାନୁସାରେ, ଜଣେ ଯାତ୍ରୀ ଦିଲ୍ଲୀରୁ ଏବଂ ଅନ୍ୟ ଜଣେ ଯାତ୍ରୀ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ବିମାନ ବନ୍ଦରରେ ଲଗେଜେ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା। ପୋଲିସ ଦୁଇଟି ଲଗେଜରୁ ୭୫ଲକ୍ଷ ଟଙ୍କା ନଗଦ ଜବତ କରିଛି। ଗୋଟିଏ ଟ୍ରଲି ବ୍ୟାଗରୁ ୫୦ ଲକ୍ଷ ଟଙ୍କା ମିଳିଥିବା ବେଳେ ଅନ୍ୟଟିରେ ବାକି ୨୫ ଲକ୍ଷ ଟଙ୍କା ରହିଛି। ତେବେ ଏତେ ପରିମାଣର ନଗଦ ଟଙ୍କା ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ବୋଲି ଜଣାଯାଇଛି।

ଓଡିଶାରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି। ଆୟକର ବିଭାଗ ଅର୍ଥର ଉତ୍ସ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରିଛି। ଯାତ୍ରୀମାନଙ୍କୁ ମଧ୍ୟ ପଚରାଉଚରା ପାଇଁ ଅଟକ ରଖାଯାଇଛି ବୋଲି ସୂତ୍ରରୁ ପ୍ରକାଶ। ଜବତ ହୋଇଥିବା ଟଙ୍କାକୁ ସିଜ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।

 

Leave A Reply

Your email address will not be published.