Latest Odisha News

BREAKING NEWS

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଅସୁସ୍ଥ

କେନ୍ଦୁଝର: ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ହଠାତ୍ ତାଙ୍କ ସ୍ଵାସ୍ଥ୍ୟ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁଣିଥରେ ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ।

ସୂଚନା ଅନୁସାରେ, ଆଜି ସକାଳେ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କୁ ମେଡିସିନ ଖୁଆଇବାକୁ ଉଠାଇଥିଲେ ପରିବାର ଲୋକେ । କିନ୍ତୁ ସେ ବିଛଣାରୁ ଉଠି ପାରିନଥିଲେ କି ଭଲରେ କଥା କହିପାରିନଥିଲେ । ତେଣୁ ତୁରନ୍ତ ତାଙ୍କୁ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଇଛନ୍ତି ପରିବାର ଲୋକେ । ତେବେ ଅତ୍ୟଧିକ ଗରମ ଓ ମେଡିସିନର ପ୍ରଭାବ ଯୋଗୁଁ ଏପରି ହୋଇଥାଇପାରେ ବୋଲି କହିଛନ୍ତି ମାଗୁଣି ଚରଣଙ୍କ ପୁଅ । ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ଏପ୍ରିଲ ୨ ତାରିଖରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ଏବେ ପୁଣି ଥରେ ତାଙ୍କୁ ସ୍ଵାସ୍ଥ୍ୟ ଖରାପ ହୋଇଛି । କହିରଖୁଛୁ ଯେ, ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚେ଼ଷ୍ଟା ଦ୍ଵାରା କଣ୍ଢେଇ ନୃତ୍ୟକୁ ବିଶ୍ଵ ଦରବାରରେ ପରିଚିତ କରିଥିବାରୁ ତାଙ୍କୁ କେନ୍ଦ୍ର ସରକାର ଗତବର୍ଷ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ।

Leave A Reply

Your email address will not be published.