Latest Odisha News

BREAKING NEWS

ଦୋଳମୁଣ୍ଡାଇ ଛକ ନିକଟରେ ଦୁର୍ଘଟଣା, ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ

କଟକ: ଦୋଳମୁଣ୍ଡାଇ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ଟ୍ରକ୍। ଏହି ଦୁର୍ଘଟଣାରେ ଭଗତପୁର ଅଞ୍ଚଳର ପ୍ରମୋଦ ମୁଦୁଲିଙ୍କ ମୃତ୍ୟୁ ଘଟିଛି। ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ପ୍ରମୋଦ ମୁଦୁଲି ଟେଲର କାମ କରୁଥିଲେ। ଗତ ରାତିରେ ପ୍ରମୋଦ ଘରକୁ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ବାଦାମବାଡ଼ି ଗୋଲେଇ ଛକରୁ ଏକ ଟ୍ରକ ଔଷଧ ବୋଝେଇ କରି ରାଣୀହାଟ ଆଡକୁ ଅନଲୋଡିଂ ପାଇଁ ଯାଉଥିଲା । ଏହି ସମୟରେ ଟ୍ରକଟି ପ୍ରମୋଦଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପ୍ରମୋଦ ଗୁରୁତର ହୋଇପଡିଥିଲେ।

ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଗୁରୁତର ପ୍ରମୋଦଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ସଦସ୍ୟଙ୍କୁ ସହାୟତା ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ସଦର ତହସିଲଦାର ଓ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

Leave A Reply

Your email address will not be published.