ଭୁବନେଶ୍ୱର: ତିନିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆରଏସଏସର ମୁଖ୍ୟ ମୋହନ ଭାଗବତ।
କରୋନା ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କ୍ଷେତ୍ର ସ୍ତରରେ ଅନୁଷ୍ଠିତ ହେଉଛି ।
ପୂର୍ବକ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ବୈଠକ ନଭେମ୍ବର ୨୫ ଓ ୨୬ ଦୁଇଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଯେଉଁଥିପାଇଁ ସେ ନଭେମ୍ବର ୨୪ରେ ଏଠାକୁ ଆସିବେ।
ତେରାପନ୍ଥ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସଂଘର ସଂଘଚାଳକ ଡକ୍ଟର ମୋହନ ଭାଗବତଜୀ ଏବଂ ସରକାର୍ଯ୍ୟବାହ ସୁରେଶ (ଭୟାଜୀ) ଯୋଶୀ ଉପସ୍ଥିତ ରହିବେ।
ପଶ୍ଚିମବଙ୍ଗ, ଓଡିଶା, ଆଣ୍ଡାମାନ ଓ ନିକୋବର ଅଂଚଳରେ ଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ୩୫ଜଣ ସଦସ୍ୟ ଏହି ବୈଠକରେ ଭାଗ ନେବେ।
ସୂଚନାଯୋଗ୍ୟ, ଆସନ୍ତା ବର୍ଷର କାର୍ଯ୍ୟଯୋଜନା ଏବଂ ବର୍ତମାନ ଚାଲୁଥିବା କାର୍ଯ୍ୟର ସମୀକ୍ଷା ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ଦୀପାବଳୀ ସମୟରେ ଅନୁଷ୍ଠିତ ହୋଇଥାଏ ।
ଚଳିତବର୍ଷ ଏହି ବୈଠକ ଉତରପ୍ରଦେଶର ପ୍ରୟାଗରାଜ ଠାରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ମହାମାରୀ କରୋନା ଯୋଗୁଁ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା।
Comments are closed.