ଭୁବନେଶ୍ୱର: ‘ଆରଟିଓ’ କାର୍ଯ୍ୟାଳୟ ଗୁଡ଼ିକୁ ଦଲାଲ ମୁକ୍ତ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍ପି ଓ ଆରଟିଓ ମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି । ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ସହ ସଚେତନତା ଉପରେ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ, ‘ଆରଟିଓ’ କାର୍ଯ୍ୟାଳୟ ଗୁଡିକରେ ନାହିଁ ନଥିବା ଭିଡ଼ ଜମୁଛି । ଦଲାଲ ମାନେ ଏହାର ବେଶ୍ ଫାଇଦା ଉଠାଉଛନ୍ତି । ଏହାଦ୍ୱାରା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ।
ତେବେ ଲୋକଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ୧୫ ଦିନ ଭିତରେ ‘ଆରଟିଓ’ କାର୍ଯ୍ୟାଳୟ ଗୁଡିକୁ ଦଲାଲ ମୁକ୍ତ କରିବାପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ, ରାଜ୍ୟର ସବୁ ଜିଲ୍ଲାର ‘ଆରଟିଓ’ କାର୍ଯ୍ୟାଳୟରେ ଦଲାଲଗିରିକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବ ବୋଲି ଡିଜିପି କହିଛନ୍ତି ।
ଆହୁରି ମଧ୍ୟ ଗାଡିର କାଗଜପତ୍ର ତଥା ଡ୍ରାଇଭିଂ ଲାଇସେନ୍ସ ଯେପରି ଲୋକେ ସୁବିଧାରେ ପାଇପାରିବେ ସେଥିପାଇଁ ‘ଆରଟିଓ’ ଅଫିସରେ ଅଧିକ କାଉଣ୍ଟର ଖୋଲିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.