Latest Odisha News

BREAKING NEWS

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ:

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖରେ ସେ ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ସନ୍ଧ୍ୟା ୬ଟାରେ ପହଞ୍ଚିବେ । ଭୁବନେଶ୍ୱର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ରାଜଭବନରେ ରାତ୍ରୀ ଯାପନ କରିବେ ।

ପରେ ସେପ୍ଟେମ୍ବର ୨୮ ସକାଳେ ରାଷ୍ଟ୍ରପତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଭିମୁଖେ ଗସ୍ତ କରିବେ ।

ସେଠାରେ ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ଆୟୋଜିତ ଏକ ସମାରୋହରେ ଯୋଗଦେବେ । କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପରେଡରେ ଅଭିବାଦନ ଗ୍ରହଣ କରିବା ନେଇ ସୂଚନା ମିଳିଛି ।

ପରବର୍ତ୍ତୀ ସମୟରେ ଦିନ ୧୧ଟା ବେଳେ ଗୋଳାବନ୍ଧରୁ ବାହାରି ଭୁବନେଶ୍ୱର ଆସିବେ ଏବଂ ସେଠାରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ।

Leave A Reply

Your email address will not be published.