Latest Odisha News

BREAKING NEWS

ବିଶ୍ୱର ପ୍ରଥମ ଫ୍ରାଞ୍ଚାଇଜ୍ ଭିତ୍ତିକ ରଗବି ସେଭେନ୍ସ ଲିଗ୍ ରେ ଓଡିଶାରୁ ୪

ଭୁବନେଶ୍ବର: ଭାରତୀୟ ରଗବିର ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ପ୍ରଥମ ଫ୍ରାଞ୍ଚାଇଜ୍ ଭିତ୍ତିକ ରଗବି ସେଭେନ୍ସ ର ଲିଗ୍ ଜୁନ୍ ମାସରେ ଭାରତରେ ଆରମ୍ଭ ହେବାକୁ ଯାଉଛି । ଏନେଇ ରଗବି ଇଣ୍ଡିଆ ଏବଂ ଜିଏମଆର ସ୍ପୋର୍ଟସ ଶୁକ୍ରବାର ଦିନ ଘୋଷଣା କରିଛନ୍ତି। ୧୫ଦିନ ମଧ୍ୟରେ ଖେଳାଯିବ ୩୪ଟି ମ୍ୟାଚ୍ । ଏହି ରଗବି ପ୍ରିମିୟର ଲିଗ୍( ଆରପିଏଲ)ରେ ଭାରତର ରଗବି ପ୍ରତିଭାଙ୍କ ସହ ବିଶ୍ବର ଶ୍ରେଷ୍ଠ ସାତ ଖେଳାଳି ଭାଗ ନେବେ । ଭୁବନେଶ୍ବର ଭିତ୍ତିକ ଦଳର ନାମ ରଖାଯାଇଛି କଳିଙ୍ଗ ବ୍ଲାକ୍ ଟାଇଗର୍ସ ; ହଞ୍ଜ ଭେଞ୍ଚର୍ସ ମାଲିକାନାରେ ଏହା ରହିଛି ।  ଏହି ଲିଗ୍ ରେ ଛଅଟି ଦଳ ଭାଗ ନେବେ ।

ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧ ରୁ ୧୫ ଜୁନ୍ ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇର ଅନ୍ଧେରୀ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ଫ୍ରାଞ୍ଚାଇଜ୍ ଟମ୍ ହେଉଛି ବେଙ୍ଗାଲୁରୁ ବ୍ରେଭହାର୍ଟସ, ଚେନ୍ନାଇ ବୁଲ୍ସ , ଦିଲ୍ଲୀ ରେଡ୍ଜ, ହାଇଦ୍ରାବାଦ ହିରୋଜ୍, କଳିଙ୍ଗ ବ୍ଲାକ୍ ଟାଇଗର୍ସ ଏବଂ ମୁମ୍ବାଇ ଡ୍ରିମର୍ସ ।

ବହୁ ଅଲିମ୍ପିଆନଙ୍କ ଉପସ୍ଥିତି ଏହି ଲିଗ୍ କୁ ବିଶ୍ବସ୍ତରୀୟ କରିବ । ଏହି ଲିଗ୍ ପାଇଁ ପ୍ରମୁଖ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି । ତେବେ ବିକ୍ରି ହୋଇଥିବା ତିରିଶି ଜଣଙ୍କ ମଧ୍ୟରେ ଓଡିଶାରୁ ୪ ଜଣ ସ୍ଥାନ ପାଇଛନ୍ତି ।

କଳିଙ୍ଗ ବ୍ଲାକ୍ ଟାଇଗର୍ସ ଆଶିଷ ଶବରଙ୍କୁ ୧.୫ଲକ୍ଷ, ସାହାନଓ୍ବାଜ ଅହମଦଙ୍କୁ ଚେନ୍ନାଇ ବୁଲ୍ସ ୮୦ ହଜାର , ସମ୍ବିତ ପ୍ରଧାନଙ୍କୁ ହାଇଦ୍ରାବାଦ ହିରୋଜ୍ ଓ ଗଣେଶ ଧାଙ୍ଗଡା ମାଝୀଙ୍କୁ ମୁମ୍ବାଇ ଡ୍ରିମର୍ସକୁ ସମାନ ୫୦ ହଜାର ଟଙ୍କାରେ ଫ୍ରାଞ୍ଚାଇଜ୍ କିଣିଛି ।

ଦୁନିଆର ଲୋକପ୍ରିୟ ରଗବି କୋଚ୍ ଆରପିଏଲ ଦଳକୁ ପ୍ରଶିକ୍ଷଣ ଦେବେ । ଆର୍ଜେଣ୍ଟିନା, ଦକ୍ଷିଣ ଆଫ୍ରିକା, କେନିଆ, ଗ୍ରେଟ ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସ୍ପେନ୍, ଫିଜି, ଆମେରିକା ଏବଂ ଆୟର୍ଲାଣ୍ଡ ଦେଶରୁ ୩୦ଜଣ ଅଗ୍ରଣୀ ଅନ୍ତର୍ଜାତୀୟ ଖେଳାଳି ଆରପିଏଲ୍ ରେ ଭାଗ ନେବେ । ଏଥିସହ କାନାଡା, ହଂକଂ ଏବଂ ଜର୍ମାନୀର ୧୮ଜଣ  ଆନ୍ତର୍ଜାତୀୟ ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ ।

ରଗବି ଇଣ୍ଡିଆର ସଭାପତି ରାହୁଲ ବୋଷ କହିଛନ୍ତି, “ଏହା ଏକ ଲିଗ୍, ଯାହା ତିଆରି କରିବା ପାଇଁ ୬ବର୍ଷ ଲାଗିଛି। ଭାରତ ଏବଂ ବିଶ୍ୱର ରଗବି ପ୍ରିମିୟର ଲିଗକୁ ସ୍ୱାଗତ ।

ଏହି ଲିଗ୍ ଷ୍ଟାର୍ ସ୍ପୋର୍ଟସ୍ ଏବଂ ଜିଓହଟଷ୍ଟାରରେ ସିଧା ପ୍ରସାରଣ ହେବ ।

Comments are closed.