Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ନିଖୋଜ କରୋନା ସଦିଗ୍ଧ

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସରେ ଆକ୍ରାନ୍ତ ହେବା ସନ୍ଦେହରେ ଜଣେ ଆୟର୍ଲାଣ୍ଡ ନାଗରିକ ତଥା ପୁରୀର ନିମାପଡା ନିବାସୀଙ୍କୁ ଶୁକ୍ରବାର ଦିନ ଭୁବନେଶ୍ୱରର କ୍ୟାପିଟାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ପୃକ୍ତ ଯୁବକ ଜଣକ ଏହାପୂର୍ବରୁ ଗୁରୁବାର ରାତିରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ଡାକ୍ତରଖାନାରୁ ପଳାଇଯାଇଥିଲେ।

ଏନେଇ ମଙ୍ଗଳାବାଗ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ୩୫ ବର୍ଷୀୟ ଆୟର୍ଲାଣ୍ଡ ଯୁବକ ଗତ ଗୁରୁବାର ଦିନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ ଏବଂ ଥର୍ମାଲ ସ୍କ୍ରିନିଂ ସମୟରେ ତାଙ୍କର ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରିପୋର୍ଟ କରିବାକୁ କୁହାଯାଇଥିଲା, ଯେଉଁଠାରେ ପ୍ରାଥମିକ ଯାଞ୍ଚ ପରେ ଡାକ୍ତରମାନେ ତାଙ୍କୁ ଏସସିବିକୁ ପଠାଇଥିଲେ।

ଡାକ୍ତରଖାନାରେ ଭର୍ତ୍ତି ହେବା ପରିବର୍ତ୍ତେ ସେ ଜଣେ ବ୍ୟକ୍ତିଙ୍କ ସହ ଭୁବନେଶ୍ୱରରେ ଥିବା ହୋଟେଲକୁ ଫେରିଥିଲେ। ପରେ ପୋଲିସ ତାଙ୍କୁ ହୋଟେଲରେ ପାଇଥିଲା।

ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡ. ଅଜିତ ମହାନ୍ତି କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କ ଏକ ଟିମ୍ ହୋଟେଲରେ ଆୟର୍ଲାଣ୍ଡ ଯୁବକଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। “ଯଦିଓ ତାଙ୍କ ପାଖରେ ସେଭଳି କିଛି ଲକ୍ଷଣ ନଥିଲା, ଆମେ ତାଙ୍କୁ ଏବଂ ତାଙ୍କ ଇଣ୍ଟରପିଟରଙ୍କୁ ଡାକ୍ତରଖାନାକୁ ଆଣିଥିଲୁ। ଏଠାରେ ଅବତରଣ କରିବା ପୂର୍ବରୁ ସେ ଅନେକ ସ୍ଥାନ ପରିଦର୍ଶନ କରିଥିବାରୁ ଆମେ କୌଣସି ରିକ୍ସ ନେବାକୁ ଚାହୁଁନୁ ବୋଲି ସେ କହିଛନ୍ତି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ପଟ୍ଟନାୟକ କହିଛନ୍ତି ଯେ ସେମାନଙ୍କ ର ସ୍ୱାବ ରିପୋର୍ଟ ନଆସିଲା ଯାଏଁ ସେମାନଙ୍କୁ ହସ୍ପିଟାଲର ଆଇସୋଲେସନ୍ ୱାଡରେ ଡାକ୍ତରଙ୍କ ନିରିକ୍ଷଣରେ ରଖାଯିବ ।

ଆହୁରି ମଧ୍ୟ ସୋନପୁର ଜିଲ୍ଲାର ଡୁଙ୍ଗ୍ରିପାଲିର ଅନ୍ୟ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଗତ ମଙ୍ଗଳବାର ଦିନ କରୋନା ସଦିଗ୍ଧ ଭାବେ ତାଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଅଧିକ ଅବଜରଭେସନରେ ରଖିବା ସହ ଶୀଘ୍ର ଡିସଚାର୍ଜ କରିବେ ନାହିଁ ବୋଲି ଜଣାପଡିଛି ।

Leave A Reply

Your email address will not be published.