Latest Odisha News

BREAKING NEWS

ରସେଲଙ୍କ ୫ ଉଇକେଟରେ ମୁମ୍ବାଇ ଧରାଶାୟୀ, କୋଲକାତା ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ

ଚେନ୍ନାଇ:ଆନ୍ଦ୍ରେ ରସେଲଙ୍କ ଚମତ୍କାର ବୋଲିଂ ବଳରେ ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ୧୫୩ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୨ ରନ କରି ଅଲଆଉଟ ହୋଇ ଯାଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ୫୬ ଏବଂ ରୋହିତ ଶର୍ମାଙ୍କ ୪୩ ରନ ଯୋଗୁ ମୁମ୍ବାଇ ଏକ ଆଭରେଜ ସ୍କୋର କରିବାରେ ସଫଳ ହୋଇଥିଲା ।

କୋଲକାତାର ରସେଲ ୨ ଓଭରରେ ୧୫ ରନ ଦେଇ ୫ଟି ଉଇକେଟ ହାସଲ କରି ମୁମ୍ବାଇର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ପ୍ୟାଟ କୁମିନ୍ସ ୨ଟି ଏବଂ ବରୁଣ ଚକ୍ରବର୍ତି, ଶକିବ ଉଲ ହାସନ ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଁଏ ଉଇକେଟ ନେଇଥିଲେ । ମୁମ୍ବାଇର ୬ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ଛୁଇଁ ପାରି ନ ଥିଲେ । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.