Latest Odisha News

BREAKING NEWS

ବିନା ଅନୁମତିରେ ସାଉଦି ଆରବ ଯାଇ ନିଲମ୍ବିତ ହେଲେ ମେସି

ଦୁବାଇ: ଆର୍ଜେଂଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସିଙ୍କୁ ପ୍ୟାରିସ ସେଂଟ ଜର୍ମାନ କ୍ଲବ ନିଲମ୍ବିତ କରିଛି । ମେସି କ୍ଲବଠାରୁ ଅନୁମତି ନ ନେଇ ସାଉଦି ଆରବ ଗସ୍ତରେ ଯାଇଥିବାରୁ ୨ ସପ୍ତାହ ପାଇଁ କ୍ଲବରୁ ସସପେଣ୍ଡ ହୋଇଛନ୍ତି । ସେ ୧୪ ଦିନ ପିଏସିଜି ପକ୍ଷରୁ କୌଣସି ମ୍ୟାଚ ଖେଳିପାରିବେ ନାହିଁ । ଏହା ବ୍ୟତୀତ ତାଙ୍କ ଟ୍ରେନିଂ ଉପରେ ମଧ୍ୟ କଟକଣା ଜାରୀ କରାଯିବା ସହ ମ୍ୟାଚ ଫି କଟାଯାଇଛି । ଫ୍ରାନ୍ସର ଡେଲି ଲ ଇକ୍ଟିପେରେ ଏହି ଖବର ପ୍ରକାଶ ପାଇଛି । ମେସି ଆର୍ଜେଂଟିନାକୁ ବିଶ୍ୱକପ ଚାମ୍ପିୟନ କରିବା ପରେ ତାଙ୍କ ଚାହିଦା ପୂର୍ବ ତୁଳନାରେ ଅଧିକ ବୃଦ୍ଧି ପାଇଛି । ଅନେକ ବଡ ବଡ କ୍ଲବ ତାଙ୍କୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଟ୍ରୋଏସ ଓ ଆଜାକ୍ୱିଓ ବିପକ୍ଷ ମ୍ୟାଚରେ ମେସି ଖେଳିପାରିବେ ନାହିଁ । ଯେତେଦୂର ସମ୍ଭବ ସେ ୨୧ରେ ଅକ୍ସେରେ ବିପକ୍ଷ ମୁକାବିଲାରେ ଖେଳିବେ ।

ପିଏସଜି ୩୩ ମ୍ୟାଚରେ ୭୫ ପଂଏଟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷରେ ରହିଛି । ମେସି ଓଭରାଲ ୧୫ଟି ଗୋଲ ସ୍କୋର କରିଥିବା ବେଳେ ୧୪ଟିରେ ସହଯୋଗ କରିଛନ୍ତି । ତେବେ ମେସି କେଉଁ କାରଣ ପାଇଁ ୟୁଏଇ ଯାଇଥିଲେ ତାହା ସ୍ପଷ୍ଟ କରାଯାଇ ନାହିଁ ।

Leave A Reply

Your email address will not be published.