Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଟାର୍ଗେଟରେ ୟୁକ୍ରେନ୍ : ବଳ ବଢାଇବାକୁ ଋଷ ସହିତ ସିରିଆ ସେନା ସାମିଲ

ଦିଲ୍ଲୀ: ଦିନକୁଦିନ ତୀବ୍ରତର ହେଉଛି ୟୁକ୍ରେନ୍–ଋଷ ଯୁଦ୍ଧ। ୟୂକ୍ରେନରେ ଋଷର ସଂହାର ଲୀଳା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦୁଇ ରାଷ୍ଟ୍ର କେହି ବି ପଛ ଘୁଞ୍ଚା ଦେଉନଥିବା ବେଳେ ବଳି ପଡୁଛନ୍ତି ସାଧାରଣ ନିରୀହ ଲୋକ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। ୟୁକ୍ରେନରେ ସଂହାର ଲୀଳା ଚଳାଇଥିବା ଋଷ ଦିନକୁ ଦିନ ରଣନୀତି ବଦଳାଇବରେ ଲାଗିଛି ।

ବିଭିନ୍ନ ସ୍ଥାନରେ ଧ୍ୱଂସ ଲୀଳା ରଚାଉଥିବା ଋଷ ଏବେ ପୁଣି ସିରିଆ ସେନାର ସହାୟତା ନେଇଛି । କିଛି ସ୍ଥାନ ନିଜ ଅକ୍ତିଆରକୁ ନେଉଥିବା ବେଳେ ଏବେ କିଭ୍ ଅକ୍ତିଆର ପାଇଁ ସିରିଆ ସେନାଙ୍କୁ ୩୦୦ ଲେଖାଏ ଡଲାର ଦେଇ ଯୁଦ୍ଧରେ ନିୟୋଜିତ କରିବାରେ ଲାଗିଛି।

ଋଷକୁ ସହାୟତା କରିବା ପାଇଁ କିଛି ସିରିଆ ସୈନ୍ୟ ଋଷରେ ପହଞ୍ଚିସାରିଛନ୍ତି ଆଉ ଅନ୍ୟ କେତେକ ସୈନ୍ୟ ରୁଷ୍ ଅଭିମୁଖେ ଆସୁଛନ୍ତି। । ଏହାକୁ ସାଧାରଣରେ ପ୍ରଶ୍ନ ଉଠିଛି, ସିରିଆ ସୈନ୍ୟଙ୍କ ପାଖରେ ଏପରି କଣ ଖାସ୍ ରହିଛି ଯାହା ବିଶ୍ୱର ମହାଶକ୍ତି ତାଲିକାରେ ଆସୁଥିବା ଋଷର ସୈନ୍ୟଙ୍କ ପାଖରେ ନାହିଁ । ଏହାର ଉତ୍ତର ଅତ୍ୟନ୍ତ ରୋଚକ ।

ଗୃହଯୁଦ୍ଧରେ ସିରୀୟ ସରକାରଙ୍କୁ ସାହାଯ୍ୟ କରିବା ଲାଗି ୨୦୧୫ରୁ ରୁଷ୍ ସେନା ସିରିଆରେ ଅଭିଯାନ ଚଳାଇଛି । ସିରିଆର ସୈନିକ ସହରି ଲଢେଇରେ ସିଦ୍ଧହସ୍ତ, କିନ୍ତୁ ଋଷିଆ ସୈନ୍ୟଙ୍କୁ ଏହି ସହରି ଲଢେଇରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯେଉଁଥିପାଇଁ ଋଷିଆ ସିରିଆ ସୈନ୍ୟଙ୍କ ସହାୟତା ଲୋଡିଛି ।

ଏହି ସବୁ ଘଟଣା ପରେ ପରେ ଆଗକୁ ଯୁଦ୍ଧ ତୀବ୍ରତର ହେବାର ଅନୁମାନକୁ ଏଡାଇ ଦିଆଯାଇନପାରେ। . . ..

Comments are closed.