ମସ୍କୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁ ନାହିଁ । ୫ମାସ ହେବ କ୍ରମାଗତ ଯୁଦ୍ଧ ଯୋଗୁ ଉଭୟ ଦେଶ ସମେତ ବିଶ୍ୱରେ ଆର୍ଥୀକ ମାନ୍ଦାବସ୍ତା ଲାଗି ରହିଛି । ୟୁନାଇଟେଡ ନେଶନର ମଧ୍ୟସ୍ଥତା ଯୋଗୁ ଶେଷରେ ଉଭୟ ଦେଶ ଗୋଟିଏ କଥାରେ ରାଜି ହୋଇଛନ୍ତି । ବ୍ଲାକ ସି ମଧ୍ୟ ଦେଇ ଖାଦ୍ୟ ସାମଗ୍ରୀ ଆମଦାନୀରେ କେହି କାହାର ଜାହାଜ ଅଟକାଇବେ ନାହିଁ । ତୁର୍କିର ଡୋଲମାବାଚେର ଏହି ବୁଝାମଣା ପତ୍ରରେ ଉଭୟ ଦେଶ ସ୍ୱାକ୍ଷର କରିଛନ୍ତି । ରୁଷର କଡା ପଦକ୍ଷେପ ଯୋଗୁ ୟୁକ୍ରେନ ଖାଦ୍ୟ ରପ୍ତାନୀ କରି ପାରୁ ନ ଥିବା ବେଳେ ୟୁରୋପ ଦେଶଗୁଡିକ ରୁଷ ଉପରେ କଟକଣା ଲଗାଇଥିଲେ । ଫଳରେ ବିଶ୍ୱରେ ଘୋର ଖାଦ୍ୟ ସଙ୍କଟ ଦେଖା ଦେଇଥିଲା । ଏହି ୨ ଦେଶ ମାଧ୍ୟମରେ ସାରା ବିଶ୍ୱରେ ୨୪ ପ୍ରତିଶତ ଗହମ ଅଭାବ ପୂରଣ ହୋଇଥାଏ । ଏହା ବ୍ୟତୀତ ୫୭ ପ୍ରତିଶତ ସୂର୍ଯ୍ୟମୂଖୀ ତେଲର ରପ୍ତାନୀ ମଧ୍ୟ ଏମାନେ କରିଥାନ୍ତି । ଏହି ବୁଝାମଣା ପରେ ଉଭୟ ଦେଶ ମଧ୍ୟରେ ଧିରେ ଧିରେ ଶାନ୍ତିର ବାର୍ତା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।
BREAKING NEWS
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍
- ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍

Comments are closed.