ମସ୍କୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁ ନାହିଁ । ୫ମାସ ହେବ କ୍ରମାଗତ ଯୁଦ୍ଧ ଯୋଗୁ ଉଭୟ ଦେଶ ସମେତ ବିଶ୍ୱରେ ଆର୍ଥୀକ ମାନ୍ଦାବସ୍ତା ଲାଗି ରହିଛି । ୟୁନାଇଟେଡ ନେଶନର ମଧ୍ୟସ୍ଥତା ଯୋଗୁ ଶେଷରେ ଉଭୟ ଦେଶ ଗୋଟିଏ କଥାରେ ରାଜି ହୋଇଛନ୍ତି । ବ୍ଲାକ ସି ମଧ୍ୟ ଦେଇ ଖାଦ୍ୟ ସାମଗ୍ରୀ ଆମଦାନୀରେ କେହି କାହାର ଜାହାଜ ଅଟକାଇବେ ନାହିଁ । ତୁର୍କିର ଡୋଲମାବାଚେର ଏହି ବୁଝାମଣା ପତ୍ରରେ ଉଭୟ ଦେଶ ସ୍ୱାକ୍ଷର କରିଛନ୍ତି । ରୁଷର କଡା ପଦକ୍ଷେପ ଯୋଗୁ ୟୁକ୍ରେନ ଖାଦ୍ୟ ରପ୍ତାନୀ କରି ପାରୁ ନ ଥିବା ବେଳେ ୟୁରୋପ ଦେଶଗୁଡିକ ରୁଷ ଉପରେ କଟକଣା ଲଗାଇଥିଲେ । ଫଳରେ ବିଶ୍ୱରେ ଘୋର ଖାଦ୍ୟ ସଙ୍କଟ ଦେଖା ଦେଇଥିଲା । ଏହି ୨ ଦେଶ ମାଧ୍ୟମରେ ସାରା ବିଶ୍ୱରେ ୨୪ ପ୍ରତିଶତ ଗହମ ଅଭାବ ପୂରଣ ହୋଇଥାଏ । ଏହା ବ୍ୟତୀତ ୫୭ ପ୍ରତିଶତ ସୂର୍ଯ୍ୟମୂଖୀ ତେଲର ରପ୍ତାନୀ ମଧ୍ୟ ଏମାନେ କରିଥାନ୍ତି । ଏହି ବୁଝାମଣା ପରେ ଉଭୟ ଦେଶ ମଧ୍ୟରେ ଧିରେ ଧିରେ ଶାନ୍ତିର ବାର୍ତା ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।
BREAKING NEWS
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩
- ତୀରନ୍ଦାଜ ଶୀତଳ ଦେବୀଙ୍କ ବିଶ୍ୱ ରେକର୍ଡ: ପାରା ଏସିଆନ୍ ଗେମ୍ସରେ ସୃଷ୍ଟି କଲେ ଇତିହାସ
- ଖସିଲା ସେନସେକ୍ସ, ନିବେଶକ ହରାଇଲେ ୪.୩ ଲକ୍ଷ କୋଟି…
- ବାଲିଯାତ୍ରା ପଡିଆରେ ନାବାଳକ ହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ!
- ବିସିସିଆଇର ବଡ଼ ଘୋଷଣା; ପ୍ରଜ୍ଞାନ ଓଝା ଚୟନ କମିଟିର ଅଧ୍ୟକ୍ଷ…
- ରଣଜୀ ଟ୍ରଫି: ୭୮ ବର୍ଷ ପରେ ମିଜୋରମର ଚିନ୍ମୟଙ୍କ ୪୦୦ ରନର ଐତିହାସିକ ଇନିଂସ
- କକ୍ରୋଚକୁ ଟକ୍କର ଦେବ ଲାଲ୍ ହିଟ୍ ଜନତା ପାର୍ଟି…

Comments are closed.