Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଋଷ–ୟୁକ୍ରେନ୍ ଯୁଦ୍ଧ : ଲୁହାନସ୍କର ତେଲ ଡିପୋରେ ବଡ଼ ଧରଣର ବିସ୍ଫୋରଣ

ଦିଲ୍ଲୀ : ଦିନକୁଦିନ ତୀବ୍ରତର ହେଉଛି ୟୁକ୍ରେନ୍–ଋଷ ଯୁଦ୍ଧ । ୟୂକ୍ରେନରେ ଋଷର ସଂହାର ଲୀଳା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିଚାଲିଛି । ଦୁଇ ରାଷ୍ଟ୍ର କେହି ବି ପଛ ଘୁଞ୍ଚା ଦେଉନଥିବା ବେଳେ ବଳି ପଡୁଛନ୍ତି ସାଧାରଣ ନିରୀହ ଲୋକ। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି।
ଋଷ ଧ୍ୱଂସ ଲୀଳା ଜାରି ରଖିଥିବା ବେଳେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବିସ୍ଫୋରଣ ଘଟାଇ ଚାଲିଛି।

୧୨ ଦିନ ହେଲା ୟୁକ୍ରେନ ଉପରେ ଭୟଙ୍କର ଭାବେ ଆକ୍ରମଣ ଜାରି ରଖିଛି ଋଷିଆ ସେନା । ଖାରକିଭ୍, ଲୁହାନସ୍କ, ଭିନିତସିଆ ଏବଂ ଓଡେଶାରେ ଆକ୍ରମଣ ଜୋରଦାର କରିଛି ୠଷ ସେନା । ଲୁହାନସ୍କରେ ବଡ଼ ଧରଣର ବିସ୍ଫୋରଣ କରିଛି ୠଷ । ଏକ ତେଲ ଡିପୋରେ ବିସ୍ଫୋରଣ କରାଯାଇଛି । ହୁତୁହୁତୁ ହୋଇ ଜଳି ଯାଇଛି ଏହି ତେଲ ଡିପୋ ।

ସେହିପରି ୠଷିଆର ରକେଟ୍ ମାଡରେ ଭିନିସିଆ ବିମାନ ବନ୍ଦର ଧ୍ୱଂସ ହୋଇଯାଇଛି । ଏକାଧିକ ରକେଟ୍ ମାଡ ହୋଇଥିବା ୟୁକ୍ରେନ୍ ଦାବି କରିଛି । ରକେଟ୍ ମାଡ଼ ପରେ ପୂରା ଅଂଚଳ ଜଳି ଉଠିଥିଲା । ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ଭିନିସିଆ ବିମାନ ବନ୍ଦର ।

ଖାରକିଭରେ ମଧ୍ୟ ଜୋରଦାର ଆକ୍ରମଣ ହେଉଛି । ବିଭିନ୍ନ ସହର ଉପରେ ଆକ୍ରମଣ କରୁଛି ୠଷ ସେନା । ଓଡେଶାର ବିଭିନ୍ନ ସହରରେ ମଧ୍ୟ ୠଷ ସେନା ପକ୍ଷରୁ ଆକ୍ରମଣ କରାଯାଉଥିବା ଜଣାପଡ଼ିଛି । ଓଡେଶାରେ ମଧ୍ୟ ୠଷ ସେନାକୁ ୟୁକ୍ରେନ୍ ଜବାବ ଦେଉଥିବା ଦାବି କରିଛି ।

Comments are closed.