ମସ୍କୋ : ସଫଳ ହେବାରେ ଲାଗିଛି ଋଷର ମିସନ କିବ୍ । ଖୁବଶୀଘ୍ର ୟୁକ୍ରେନ ରାଜଧାନୀ କିବ୍କୁ ଅକ୍ତିଆର କରିପାରନ୍ତି ଋଷ ସୈନ୍ୟ । ଋଷର ଘନଘନ ଆକ୍ରମଣକୁ ନେଇ ହାତ ଟେକିଦେଲେଣି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ ଚାଲିଥିବା ବେଳେ ଶକ୍ତିଶାଳୀ ରାଷ୍ଟ୍ର ଦେଖୁଛନ୍ତି ଦୃଶ୍ୟ । ଏକ ପ୍ରକାର ନିରୁପାୟ ହେବା ସହ ଯୁଦ୍ଧବିରତି ଲାଗି ଋଷକୁ ଆହ୍ବାନ ଦେଇଛନ୍ତି । ଏହା ସହ ଯୁଦ୍ଧ ବନ୍ଦ କରିବା ଲାଗି ତୁରନ୍ତ ହସ୍ତକ୍ଷେପ ଲାଗି ନାଟୋ ବାହିନୀ ନିକଟରେ ଅନୁରୋଧ କରିଛନ୍ତି ଜେଲେନସ୍କି । ୟୁକ୍ରେନକୁ ଏକାକୀ ଛାଡି ଦିଆଯାଇଛି ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ।
ନିଜ ଲାଗି ନିଜେ ଲଢ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । କିବ୍କୁ ଦଖଲ କରି ୟୁକ୍ରେନକୁ ନିଜ କବଜାକୁ ନେବା ଲାଗି ଋଷ ଉଦ୍ୟମ କରୁଛି ବୋଲି କହିଛନ୍ତି ଜେଲେନସ୍କି । କିବ୍ ଅଞ୍ଚଳର ହୋସ୍ତୋମେଲ ବିମାନ ବନ୍ଦରକୁ ବି ସିଜ୍ କରିଛନ୍ତି ଋଷ ସୈନ୍ୟ । ଋଷ ବିରୋଧରେ ଜୋରଦାର ଆକ୍ରମଣ କରିବା ଲାଗି ନିଜ ସୈନ୍ୟ ବାହିନୀ ଓ ପ୍ରତିରକ୍ଷା ବିଭାଗକୁ ନେର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ନିଜ ଦେଶକୁ ରକ୍ଷା କରିବା ଲାଗି ଆଗେଇ ଆସିବା ଲାଗି ନାଗରିକଙ୍କୁ ସେ ଆହ୍ବାନ ଦେଇଛନ୍ତି । ଋଷ ସୈନ୍ୟବାହିନୀ ନିଜ ସାଥୀରେ ମୋବାଇଲ କ୍ରିମେଟୋରିୟମ ଅର୍ଥାତ ଭ୍ରାମ୍ୟମାଣ ଶ୍ମଶାନ ଯାନ ରଖିଥିବା ନେଇ ସୂଚନା ମିଳିଛି । ୟୁକ୍ରେନର ୨ଟି ବିମାନକୁ ଖସାଇ ଦେଇଥିବା ଦାବି କରିଛନ୍ତି ବିଦ୍ରୋହୀ । ୪ କୋଟି ୪୦ ଲକ୍ଷ ଲୋକଙ୍କୁ ନେଇ ଗଠିତ ୟୁକ୍ରେନ ହେଉଛି ୟୁରୋପର ସବୁଠାରୁ ବୃହତ ରାଷ୍ଟ୍ର ।
Comments are closed.