Latest Odisha News

BREAKING NEWS

୧୬ ଦିନରେ ଋଷ୍ ୟୁକ୍ରେନ ଯୁଦ୍ଧ: ପ୍ରଭାବିତ ହେଉଛନ୍ତି ଅନ୍ୟ ଦେଶ

ଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ଆଜି ୧୬ ଦିନରେ ପହଁଚିଛି । ଅନ୍ୟପଟେ ସମ୍ପୂର୍ଣ୍ଣ ଯୁଦ୍ଧବିରତି ପାଇଁ ଗତକାଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ ବି କୌଣସି ନିଷ୍କର୍ଷ ବାହାରି ପାରିନି । ଅନ୍ୟପଟେ ରୁଷରେ ଆର୍ଥିକ କଟକଣାର ପ୍ରଭାବ ଆରମ୍ଭ ହେବାକୁ ଯାଉଛି । ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ଋଷ-ୟୁକ୍ରେନ୍ ଯୁଦ୍ଧ । ଫିଟୁନି କୌଣସି ସମାଧାନର ବାଟ। ଯୁଦ୍ଧ ଯୋଗୁ ଅନ୍ୟ ଦେଶ ଗୁଡ଼ିକ ବେଶ ପ୍ରଭାବିତ ହେବାରେ ଲାଗିଛି ।

ଆମେରିକା ଋଷର ତେଲ, ଗ୍ୟାସ୍ ଉପରେ କଟକଣା ଲଗାଇଛି । ଯାହାକୁ ନେଇ କ୍ଷୁବ୍ଧ ହୋଇଛି ଋଷ । ଯୁଦ୍ଧ ପାଇଁ ଅଶୋଧିତ ତୈଳର ଦାମ ବଢିବାରେ ଲାଗିଛି । ଯାହାକୁ ନେଇ ଆଗକୁ ଅନ୍ୟ ଦେଶଗୁଡିକ ଆଗକୁ ଅନେକ ପ୍ରଭାବିତ ହେବେ ବୋଲି କୁହାଯାଉଛି । ଦୁଇ ଦେଶର ଯୁଦ୍ଧ ମଧ୍ୟରେ ପ୍ରଭାବିତ ହେଉଛନ୍ତି ଅନ୍ୟ ଦେଶ ।

Comments are closed, but trackbacks and pingbacks are open.