Latest Odisha News

ପଞ୍ଜାବରେ ଆପ୍ ସରକାର: କାଲି ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲେ ଭଗୱନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ରାଜନୀତି ଲେଖିଲା ନୂଆ ଇତିହାସ । ଏଥର ପଞ୍ଜାବରେ ଆପ୍ ସରକାର । ଦିଲ୍ଲୀ ପରେ ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଛି ଆମ୍ ଆଦମୀ ପାର୍ଟି । ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିବ । ମୁଖ୍ୟମନ୍ତ୍ରୀ ଆପର ଭଗୱନ୍ତ ମାନ୍ । ଆସନ୍ତାକାଲି ସେ ପଞ୍ଜାବ ରାଜ୍ୟପାଳ ଭୱରୀଲାଲ ପୁରୋହିତଙ୍କୁ ଭେଟିବେ । ସରକାର ଗଠନ ପାଇଁ ଦାବି ଜଣାଇବେ ଭଗୱନ୍ତ ମାନ ।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ଆମ୍ ଆଦମୀ ପାର୍ଟି ଏକାକୀ ୯୨ ସିଟରେ ବିଜୟୀ ହୋଇଛି । ଦୁଇ ତୃତୀୟାଂଶ ସିଟରେ ଜିତିଛନ୍ତି ଆପ୍ ପ୍ରାର୍ଥୀ । ୨୦୧୭ରେ ଆପ୍ ପଞ୍ଜାବରେ ମାତ୍ର ୨୦ଟି ସିଟ୍ ପାଇଥିଲା । ଏଥର କଂଗ୍ରେସ ୧୮ଟି ଆସନ ଜିତିଛି । ଶିରୋମଣି ଅକାଳୀ ଦଳ ୩, ବିଜେପି ୨ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ବିଜୟୀ ହୋଇଛନ୍ତି ।

Comments are closed, but trackbacks and pingbacks are open.