Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ରେଡ୍ ବେଳେ ଘର ଛାତ ଡେଇଁ ମାରିଲେ ଚମ୍ପଟ

ଭୁବନେଶ୍ଵର: ଛାତ ଡେଇଁ ଚମ୍ପଟ ମାରିଲେ ଜେଇ ସୁନିଲ କୁମାର ପାଢୀ । ଭିଜିଲାନ୍ସ ରେଡ୍ ବେଳେ ନିଜ ଘରର ଛାତ ଦେଇ ପଡିଶା ଘରର ଛାତକୁ ଡେଇଁ ସେଠାରୁ ଫେରାର ହୋଇଯାଇଛନ୍ତି । ଭୁବନେଶ୍ଵର ସ୍ଥିତ ଜାଗମରା ଅଞ୍ଚଳରେ ଭିଜିଲାନ୍ସ ରେଡ ପାଇଁ ପହଞ୍ଚିବା କ୍ଷଣି ଛାଟ ଡେଇଁ ଫେରାର ହୋଇଯାଇଛନ୍ତି ଜେଇ ସୁନିଲ କୁମାର ପାଢୀ ।

BjdElectrycity

ସୂଚନା ଅନୁସାରେ,   ଭିଜିଲାନ୍ସ ଜାଲରେ ଫସିଛନ୍ତି ଭୁବନେଶ୍ୱର RWS&Sର କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ସୁନୀଲ କୁମାର ପାଢ଼ୀଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ଓ ଗଞ୍ଜାମର ୫ଟି ସ୍ଥାନରେ ଚାଲିଛି ରେଡ୍‌ । ସେପଟେ ଭୁବନେଶ୍ଵରସ୍ଥିତ ଜାଗମରା ଘରେ ରେଡ ପାଇଁ ଭିଜିଲାନ୍ସ ଟିମ୍ ପହଞ୍ଚିବା କ୍ଷଣି ପଡିଶା ଘରର ଛାତ ଡେଇଁ ଚମ୍ପଟ ମାରିଛନ୍ତି କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ । ଏନେଇ ସ୍ପଷ୍ଟ କଲା ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.