କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆରଡ଼ବ୍ଲ୍ୟୁଏସଏସ କ୍ୱାଟର୍ସ ଓ ସେକ୍ସନ ଅଫିସ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଏହା ଅନୈତିକ କାର୍ଯ୍ୟ ଓ ଅପରାଧିକ କାର୍ଯ୍ୟ ପାଇଁ ବେଶ ଉପଯୋଗୀ ହୋଇଛି । ଏଠାରେ ଯେଉଁଆଡ଼େ ଦେଖିଲେ ମଦ ବୋତଲ, ସିଗାରେଟ, କଣ୍ଡୋମ ପଡ଼ିଥିବା ଦେଖିବାକୁ ମିଳିଛି । ୨ ବର୍ଷ ତଳେ ଏହି କ୍ୱାଟର୍ସଗୁଡିକ ନିର୍ମାଣ ହୋଇଥିଲେ ମଧ୍ୟ ଆରଡ଼ବ୍ଲ୍ୟୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ତାହା ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏମିତି କି କବାଟ, ଝରକା ,ଗ୍ରୀଲ୍ ଏବଂ ଗୃହରେ ଲାଗିଥିବା ସମସ୍ତ ଉପକରଣ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ । ହେଲେ ଏଥିପ୍ରତି ସରକାରୀ ବିଭାଗୀୟ ବାବୁଙ୍କର ଦୃଷ୍ଟି ପଡ଼ୁନାହିଁ । ଅଞ୍ଚଳରେ ହେଉଥିବା କ୍ରାଇମର ହବ୍ ପାଲଟିଛି ଏହି ନୂଆଁ କ୍ୱାଟର୍ସ । ଗୋଟିଏ କ୍ୱାଟର୍ସ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ସେକ୍ସନ ଗୃହଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ଦୀର୍ଘ ଦିନ ହେବ ପଡି ରହିଛି । ଏପରିକି ଏହି କ୍ୱାଟର୍ସ ସାମ୍ନା ରାସ୍ତାରେ ଯିବାକୁ ଲୋକେ ଭୟ କରୁଥିବା ସ୍ଥାନୀୟ ସରପଞ୍ଚ ସତ୍ୟଜିତ୍ ରାଉତ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ପଚାରିବାରୁ, ଖୁବଶୀଘ୍ର ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.