କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆରଡ଼ବ୍ଲ୍ୟୁଏସଏସ କ୍ୱାଟର୍ସ ଓ ସେକ୍ସନ ଅଫିସ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଏହା ଅନୈତିକ କାର୍ଯ୍ୟ ଓ ଅପରାଧିକ କାର୍ଯ୍ୟ ପାଇଁ ବେଶ ଉପଯୋଗୀ ହୋଇଛି । ଏଠାରେ ଯେଉଁଆଡ଼େ ଦେଖିଲେ ମଦ ବୋତଲ, ସିଗାରେଟ, କଣ୍ଡୋମ ପଡ଼ିଥିବା ଦେଖିବାକୁ ମିଳିଛି । ୨ ବର୍ଷ ତଳେ ଏହି କ୍ୱାଟର୍ସଗୁଡିକ ନିର୍ମାଣ ହୋଇଥିଲେ ମଧ୍ୟ ଆରଡ଼ବ୍ଲ୍ୟୁଏସଏସର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ତାହା ଏବେ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏମିତି କି କବାଟ, ଝରକା ,ଗ୍ରୀଲ୍ ଏବଂ ଗୃହରେ ଲାଗିଥିବା ସମସ୍ତ ଉପକରଣ ତାଡ଼ି ନେଇଛନ୍ତି ଦୁର୍ବୃତ୍ତ । ହେଲେ ଏଥିପ୍ରତି ସରକାରୀ ବିଭାଗୀୟ ବାବୁଙ୍କର ଦୃଷ୍ଟି ପଡ଼ୁନାହିଁ । ଅଞ୍ଚଳରେ ହେଉଥିବା କ୍ରାଇମର ହବ୍ ପାଲଟିଛି ଏହି ନୂଆଁ କ୍ୱାଟର୍ସ । ଗୋଟିଏ କ୍ୱାଟର୍ସ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ସେକ୍ସନ ଗୃହଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ଦୀର୍ଘ ଦିନ ହେବ ପଡି ରହିଛି । ଏପରିକି ଏହି କ୍ୱାଟର୍ସ ସାମ୍ନା ରାସ୍ତାରେ ଯିବାକୁ ଲୋକେ ଭୟ କରୁଥିବା ସ୍ଥାନୀୟ ସରପଞ୍ଚ ସତ୍ୟଜିତ୍ ରାଉତ ପ୍ରକାଶ କରିଛନ୍ତି । ଏ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ପଚାରିବାରୁ, ଖୁବଶୀଘ୍ର ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.