Latest Odisha News

BREAKING NEWS

ହକି ବିଶ୍ୱକପ : ଭାରତକୁ ହରାଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହି ରୋମାଂଚକ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୩-୩ ଗୋଲ ସ୍କୋର କରିଥିଲେ । ଏହା ପରେ ପେନାଲ୍ଟି ଶୁଟ ଆଉଟର ଫଳାଫଳ ମଧ୍ୟ ସମାନ ରହିଥିଲା । ସଡନ ଡେଥରେ ନ୍ୟୁଜିଲାଣ୍ଡ ବାଜି ମାରି କ୍ୱାର୍ଟରକୁ ଉନ୍ନୀତ ହୋଇଛି । ସୁଯୋଗ ହାତଛଡା କରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମ୍ୟାଚର ୧୭ତମ ଓ ୨୪ତମ ମିନିଟରେ ଭାରତ ପକ୍ଷରୁ ଲଳିତ ଉପାଧ୍ୟୟ ଓ ସୁଖଜିତ ଗୋଲ ସ୍କୋର କରି ଭଲ ଆରମ୍ଭ କରିଥିଲେ । ଏହା ପରେ ୨୮ତମ ମିନିଟରେ ସ୍ୟାମ ଲେନଙ୍କ ଗୋଲ ବଳରେ ନ୍ୟୁଜିଲାଣ୍ଡ ମ୍ୟାଚକୁ ୨-୧ସ୍ଥିତିକୁ ଆଣିଥିଲା ।

୪୦ତମ ମିନିଟରେ ବରୁଣ କୁମାର ଭାରତ ପାଇଁ ତୃତୀୟ ଗୋଲ ଦେଇଥିଲେ । ୪୩ତମ ଓ ୪୯ତମ ମିନିଟରେ କେନ ରସେଲ ଡବଲ ଗୋଲ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ । ଅନ୍ୟ ଏକ ମୁକାବିଲାରେ ସ୍ପେନ ପେନାଲ୍ଟି ଶୁଟ ଆଉଟରେ ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି ।

Leave A Reply

Your email address will not be published.