ଆଶୁତୋଷ ସ୍ୱାଇଁ
ଯେତେ ନିଜର ଥିଲେ ସବୁ ପର ଥିଲେ।
ମୁଁ ବୋଧେ ପବନକୁ ଆଲିଙ୍ଗନ କରିଥିଲି
ଯେତେ ରାଣଥିଲା ସବୁ ନିନ୍ଦିତ ଥିଲା
ଯେତେ ପ୍ରତିଜ୍ଞା ସବୁ ମୁଣ୍ଡ ନୁଆଁଇଥିଲା ।
ଯେତେ ଲୁହ ଥିଲା ସବୁ ମୂଲ୍ୟହୀନ ଥିଲା ।
ଯେତେ ଆସିଥିଲେ ସବୁ ଅତିଥି ଥିଲେ।
ସବୁ ଯେମିତି ବହିରୁ ପଢିଥିଲି
ସବୁ କାହାଣୀ ପରିଲାଗୁଥିଲା ।
ଗୋଟେ ଖପରା ଜମିରେ
ମୁଁ କିଛି ଆଶାର ମଞ୍ଜି ପୋତିଥିଲି ।
ଦୁଇବୁନ୍ଦା ପାଣିର ଶୋଷପାଇଁ
ଦିନ ଦିନ ଖରାରେ ଗାଧୋଉଛି।
ଯେଉଁ କବାଟ ମୁଁ ଲଗେଇଥିଲି
ସେ କବାଟ ବାହାରେ ଛିଡା ହେଇଛି।
Comments are closed.