Latest Odisha News

BREAKING NEWS

କବିତା : ଦିଅ ପ୍ରଭୁ ମତେ

ଡମ୍ବରୁଧର ବେହେରା 

ଯେତେ ଦୁଃଖ ଅଛି ଦୁନିଆ ବୁକୂରେ
ଦେଇ ଦିଅ ପ୍ରଭୁ ମୋତେ
ଜଗତର ଲୋକ ରୁହନ୍ତୁ ସୁଖରେ
ଦେଇ କି ପାରିବ ସତେ !

ସଂସାର ଭିତରେ ଦୁଃଖ ଦୁର୍ଦ୍ଦଶାକୁ
ପାରୁନାହିଁ ଦେଖି ସହି
ନିରାକାର ତୁମ୍ଭେ ଅନାଦି ଅନନ୍ତ
ନେଇ ଯାଅ ମୋତେ ବୋହି ।

ଭବ ସାଗରରେ ଆଜନ୍ମର ନାବ
କେମିତି କରିବି ପାର
ନୁହେଁ ମୁଁ ତ୍ରେତୟା ବିଜ୍ଞାନୀ କୈବର୍ତ୍ତ
ହେବି ମୁଁ ବିଶ୍ଵରେ ସାର ।

ହେ ବିଶ୍ଵ ବିଧାତା ଘେନ ମୋ ଗୁହାରି
ଅଳି ମୁଁ କରୁଛି ଆଜି
ଦିଅ ମୋତେ ପ୍ରଭୁ କରୁଣା ଆଶିଷ
ଜିଣିବି ଜୀବନ ବାଜି ।

ଜବାହାର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି (ଗଜପତି)
ସମ୍ପର୍କ:୯୪୩୭୭୮୮୪୬୪

Leave A Reply

Your email address will not be published.