Latest Odisha News

କବିତା : ନୂଆବର୍ଷ

ଦେବାଶିଷ ସାମନ୍ତରାୟ 

ଏ ବର୍ଷ ବି ସରିଯିବ
ବିଗତ ବର୍ଷମାନଙ୍କ ପରି
ଭୋଗରେ, ଯୋଗରେ,
ମାନରେ , ଅଭିମାନରେ,
ଆସକ୍ତିରେ, ବିରକ୍ତିରେ।

ଦିନ ଓ ସପ୍ତାହ ହୋଇ
ପରସ୍ତ ପରସ୍ତ
ବର୍ଷଟିଏ ଯିବ ସରି
ସାବୁନ ସରିବା ପରି।

ଋତୁଚକ୍ର ଅବା ଜଳଚକ୍ର ପରି
ସବୁ ସରିବା ତ ଆରମ୍ଭ କେବଳ ।

ପୃଥିବୀ ବି କକ୍ଷପଥକୁ
ଫେରେ, ଫେରେ ଘଣ୍ଟାର କଣ୍ଟା
ଆମେ ହୁଏତ ବଦଳିବା,
ନ ବଦଳିବା ବା
କୋଉଠି ଅଟକିଯିବା
ଆରମ୍ଭ ହୋଇନଥିବା
ଗୋଟିଏ ବର୍ଷରେ।

ଯିଏ ସରେ, ସତରେ
କଣ ସିଏ ସରୁଥାଏ?

Leave A Reply

Your email address will not be published.