Latest Odisha News

BREAKING NEWS

କବିତା : ଶେଷ ପୃଷ୍ଠା

ଜ୍ଞାନେନ୍ଦ୍ର କୁମାର ପଣ୍ଡା
ଆଉ କେତେଦିନ
କ୍ରମଶଃ ସଢି ଯାଉଥିବା
ଏଇ ମୃତଦେହ ଧରି
ପାଦ ଘୋଷାରି ବୁଲୁଥିବି ?
ନିଥର ଏଇ ଦେହରେ
ମିଛ ରଙ୍ଗକୁ ବୋଳି ହୋଇ
କେତେଦିନ ଆଉ
ଉପଢୌକନ ବଦଳାଉଥିବି…?
କୁହ…
ମିଛ ମଣିଷ ବେଶରେ ଏମିତି
ବଞ୍ଚିବାରେ କି ଲାଭ ??
କେହି ଜାଣିବା ପୂର୍ବରୁ
ଆସ…  ନେଇଯାଅ
ଏ ଆତ୍ମାବିହୀନ ଶରୀରର ।
ମିଛ ବିବର୍ତ୍ତନବାଦରୁ,,
ସଫଳତାର ମିଛ ପ୍ରାଚୁର୍ଯ୍ୟରୁ ,,
ଏଇ ମଣିଷର ପ୍ରଜାତିରୁ
ମୋତେ ମୁକ୍ତିଦିଅ…
ମନୁଷ୍ୟ ହୋଇ
ଜନ୍ମିବାରେ ଗର୍ବ କାହିଁ..!
ମୁଁ କେବଳ
ତୁମ ସନ୍ତାନ ହୋଇ
ରହିବାକୁ ଚାହେଁ…।
ହେ ପିତା
ମୋକ୍ଷର ପଥ କହିଦିଅ
ମୋତେ ମୁକ୍ତି ଯାଚିଦିଅ ।

Comments are closed.