Latest Odisha News

କବିତା : ଆଶାର ଆଲୋକ

କୁନ୍ତି ଦେବୀ ଶବର

ଜୀବନେ ଯେତେବେଳେ ବୋହିଯାଏ
ଦୁଃଖର କଳା ବାଦଲ,
ଠିକ ସେତିକି ବେଳେ….
ଜୀବନଟା ହୋଇଯାଏ ଯେମିତି
ନିସ୍ତବ୍ଧ ଆଉ ଅନ୍ଧକାର।

ରାତ୍ରି ର ଅନ୍ଧକାରେ ହଜିଯାଏ
ଯେପରି ଦିନ ର କୋଳାହଳ
ତଥା …,
ପ୍ରଳାପ ଆଉ ଆଳାପ,
ସେହିପରି ଜୀବନ ର ଅନ୍ଧକାରେ
ହଜିଯାଏ ପୂର୍ଣ୍ଣିମା ତିଥି ର
ସୁନ୍ଦର ସାବଲୀଳ ରୂପ।

ନିସ୍ତବ୍ଧ ହୋଇଯାଏ ଯେବେ
ସାରା ଦୁନିଆଁ,
ସେହି ନିରବରେ ଲୁଛି ରହିଥାଏ
ଅନେକ ବେଦନା।

ଜୀବନ ର ସଶସ୍ତ୍ର ପଥରେ
ପାଦ ବଢାଇଲା ପରେ
ସବୁ ଦୁଶ୍ଚିନ୍ତା କୁ ପଛରେ ପକାଇ
ଅତିକ୍ରାନ୍ତ କରିବାକୁ ପଡ଼େ
ଜୀବନ ର ଏକ ସୁଦୀର୍ଘ ପଥ,
ମନରେ ନେଇ ଅସରନ୍ତି ଧୈର୍ଯ୍ୟ।

ବେଦନା ଆସିଲା ବୋଲି
ଜୀବନରୁ ମୋହ ତୁଟାଇବା କଣ
ମନୁଷ୍ୟଚିତ୍ତ ର କାର୍ଯ୍ୟ…?

ଜୀବନେ ଯେତେ ଝଡ଼ ଆସୁ
ସହିବାକୁ ପଡ଼େ,
କାରଣ….
ଝଡ ଶେଷେ ସ୍ଥିରତା ଆସିବା ଅବଶ୍ୟମ୍ଭାବୀ।

ଯେତେ ଦୁଃଖ ଆସୁ
ବିଚଳିତ ବିନା
ମଥାପାତି ସହିଯିବା ହୁଏତ
ବୁଦ୍ଧିଜିବୀଙ୍କ ଶ୍ରେଷ୍ଠତା ର ପରିଚାୟକ ରୂପେ ପ୍ରତୀୟମାନ ହୁଏ।

ଦୁଃଖ ପଛେ ଲୁଛି ରହିଥାଏ
ସୁଖର ଅସରନ୍ତି ପୁଲକ
ବୁଣିଦେଇଯାଏ ସେ
ସୁଖଦ ଅନୁଭୁତିର ଝଲକ।

ଦିନେ ଏମିତି ଏକ ଦିନ ଆସେ
ଯେଉଁ ଦିନ କି ଜୀବନ ଆମ
ଦିଶା ଦେଖାଏ
ଆଉ ନେହିଁ ଆସେ ଏକ
ନୂଆଁ ଅଶାର ଆଲୋକ
ନୂଆଁ ଅଶାର ଆଲୋକ ।

Comments are closed.