ମନୀଷା ତ୍ରିପାଠୀ
ନୀରବଛିନ୍ନ ଅପରାହ୍ନରେ
ନୀଳ ଗଗନ ତଳେ ଛିଡା ହୋଇ,
ଯେବେ ନିଜର ପ୍ରତିବିମ୍ବକୁ ଝାଙ୍କି ଦେଖେ,
କାହିଁ କେଜାଣି!
ଜୀବନରେ ଛାଇଥିବା ଅପରାହ୍ନର
ଆଭାସ ମୁଁ ପାଏ।
ଗୋଧୂଳିରେ ତଟିନୀ ତଟରେ,
ଯେବେ ନିଜର ଉପସ୍ଥିତିକୁ ଅନୁଭବ କରେ,
କାହିଁ କେଜାଣି
ଜୀବନର ଗୋଧୂଳି ସମୟର ଆଭାସ ପାଏ।
ସାଗରରେ ଲହରି ଖେଳୁଥିବା
ତରଙ୍ଗରୁ ଭାସି ଆସୁଥିବା ଶବ୍ଦମାନେ,
ଯେବେ ନିଜର ହୃତସ୍ପନ୍ଦନକୁ ଅନୁଭବ କରେ,
କାହିଁ କେଜାଣି!
ଜୀବନର ସେଇ ମାଧୁର୍ଯ୍ୟର ଆଭାସ ପାଏ
ଗରଜୁଥିବା ନିଶିରେ
ପର୍ବତ ଗିରି ଶିଖରେ ବୃକ୍ଷଲତା ମୂଳରେ,
ଝରି ଯାଉଥିବା ଝରଣା ପାଣିର ସ୍ଵର
ମିଶିଥାଏ ବିହଙ୍ଗଙ୍କ କିଚିର ମିଚିରି ସ୍ଵରରେ,
କାହିଁ କେଜାଣି!
ଜୀବନର ସେଇ ସୁନ୍ଦର୍ ସଙ୍ଗୀତର
ରାଗର ଆଭାସ ମୁଁ ପାଏ।
ତିଆଡ଼ି ସାହି
ପୁରୀ
Comments are closed.