Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୪୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

କେବଳ ତୁମେ ନୁହଁ ଦି, ତୁମ ପରି ଏମିତି କେତେ କେତେ ଆସ୍ଥାଙ୍କ ଜୀବନ ସହିତ ଖେଳିଛି ! ୟୁଜ୍ ଆଣ୍ଡ ଥ୍ରୋ ପରି ଡ଼ଷ୍ଟବିନରେ ଫିଙ୍ଗି ଦେବା ତାର ଏଇଟା ଗୋଟିଏ ପୁରୁଣା ଅଭ୍ୟାସ। ।ନିରୀହ ଝିଅ ମାନଙ୍କ ଇମୋସନ ସହ ଖେଳିବାକୁ ତାକୁ ଭଲ ଲାଗେ କହିଲେ ଭୁଲ ହେବନି ।ସବୁବେଳେ ନିଶାରେ ଚୁର୍ ହୋଇ ରହୁଥିଲା ।

ଏପଟୁ ଆସ୍ଥା ଅତି କ୍ଷୀଣ ଗଳାରେ ସାଗରକୁ ପଚାରୁଛି, ” ଆଉ ଯେଉଁ ଏନଜିଓ କଥା ,ବୁଢ଼ୀ ମାଆ କଥା ?”

” କିଛି ଏନଜିଓ ଫେନଜିଓ ନାହଁ ମ ଦି’ ସବୁ ମିଛ ।ବୁଢ଼ୀ ମାଆ ବି ସେମିତି କିଏ ତାର ନାହାନ୍ତି ।ଏତେ ନିରୀହ ଝିଅ ,ଏବେ ତୁମ କଥା ଧରାଯାଉ ଦି , ଚାହିଁଥିଲେ କଣ ବାହା ହୋଇ ପାରିନଥାନ୍ତା ?! କିନ୍ତୁ ତାର ଉଦ୍ଦେଶ୍ୟ ସେମିତି କିଛି ନଥିଲା । ନିଶା ଛାଡିଲା ପର୍ଯ୍ୟନ୍ତ ନିରୀହ ମନ ସହ ଖେଳିଲା ,ଗୋଟି ଗୋଟି କରି ସମସ୍ତଙ୍କୁ ଚାଖିଲା ମନ ଭରିଗଲା । ଲୋଭ ବି ତା ଶରୀରର ପ୍ରତିଟି ଲୋମକୁପ ରେ ବସା ବାନ୍ଧି ଥିଲା !! ତାପରେ ପ୍ରଚୁର ଧନ ସମ୍ପତ୍ତି ,ଜାଗା -ବାଡ଼ି ,ବ୍ୟାଙ୍କ ବାଲାନ୍ସ ଆଦି ଲୋଭରେ ବିହାରର ଗୋଟେ ବିରାଟ ଦଲାଲର ହାବୁଡ଼ରେ ପଡି ଯାଇଥିଲା । “ମଳୁ ଖୋଜୁଥିଲା କାକର ପାଣି ,ବଇଦ କହିଲା ଦେ ତୋରାଣୀ “ଯାହା ସେ ଚାହୁଁଥିଲା ସେୟା ହିଁ ହେଲା ।ଦଲାଲର ପ୍ରରୋଚନାରେ ତା ଝିଅ ଝଂଜା କୁ ବାହା ହେବାପାଇଁ ପ୍ରତିଶ୍ରୁତି ଦେଲା ଆଉ ବାହା ମଧ୍ୟ ହେଲା । ଯେଉଁ ଘରେ ବାହା ହେଲା ସେ ଘରେ ,ନା ନୈତିକ ଶିକ୍ଷା,ସଂସ୍କାର,ସଂସ୍କୃତି ,ଚାଲି-ବୋଲି ଶୈଳୀ କିଛି ନଥିଲା । ଯାହା ବି ସେ ଲୋଭରେ କରିଥିଲା ସେତକ ବି ହେଲାନି ,’ ଅତି ଲୋଭରୁ ମୃତ୍ୟୁ ‘ ନ୍ୟାୟ ରେ ! ଓଲଟି ଏଥିପାଇଁ ଦୁହିଁଙ୍କ ଭିତରେ ତାଳ ମେଳ ରହିଲାନି !

 

କ୍ରମଶଃ

Leave A Reply

Your email address will not be published.