ରାଜ କିଶୋର ଦାସ
ତୁମ ଆଡ଼କୁ ହାତ ଟେକି
ବୁଡ଼ି, ବୁଡ଼ି, ଯାଉଥିଲା ବେଳେ, ବିଶ୍ଵାସ ଥାଏ, ତୁମେ ହାତ ବଢ଼େଇବ, ଉଦ୍ଧାରିବ !
ମିଛ ।
ବୁଡ଼େଇବାରେ ସିଦ୍ଧ ତୁମେ
ହସ ନ’ଆସିଲେ ବି, ହସୁଥାଅ,
କିଏ ବୁଡ଼ିଲେ, ଭାସିଲେ,
ତୁମର ଯାଏ ଆସେ କେତେ ? ଚନ୍ଦନରେ, ଭେଳାରେ, ହାନ୍ଦୋଳାରେ ମଦନମୋହନ ଚାଲିରେ
ଚହଲୁ ଥାଅ ।
ହେ ହେ..
ଆଜିକାଲି ସେଲ୍ଫି ଚାଲିଛି, ମୋସାଙ୍ଗରେ ଗୋଟେ ସେଲ୍ଫି ନିଅନ୍ତନି !!
ଇଚ୍ଛା ଥାଉ ନ’ଥାଉ ଚଳିବ,
ନହେଲା ନାହିଁ ।
ନିଜର ସେଲ୍ଫି ଗୋଟାଏ ପଠାଅ, ଆରେ ତୁମେ ଯାଦୁଗର ସବୁ ପାରିବ ଜଗତର ସବୁ ସୁନ୍ଦରପଣ ସେଇ କଳା ମୁହଁରେ ।
ଥାଉ ଥାଉ ତୁମ ସେଲ୍ଫି,
ଆସ !
ମତେ ପରସ୍ତ ପରସ୍ତ ଉତ୍ତାରି ଦେଖିବ ବିଶ୍ୱାସ ହେଉନି ଯେ ତୁମର
ପ୍ରତି ପରସ୍ତରେ, ପ୍ରଶ୍ବାସରେ, କଣିକାରେ କେନ୍ଦ୍ରବିନ୍ଦୁରେ
ତୁମେ
ତୁମେ କେବଳ ତୁମେ ।
Comments are closed.