Latest Odisha News

BREAKING NEWS

କବିତା : ଜୟ ଜୟ ଜଗନ୍ନାଥ କରୁଣା ସାଗର

ଶୈଲେନ ରାଉତରାୟ 

ଜୟ ଜୟ ଜଗନ୍ନାଥ କରୁଣା ସାଗର ।
ଜୟ ନୀଳଗିରିନାଥ କମଳାର ବର । ୦।

ପତିତପାବନ ବାନା ଅଧିକାରୀ ସେହି ।
ଯେହୁ ନେତ ଦରଶନେ ପାପ ଯାଏ ଦହି । ୧।

ଆଦିଗନ୍ତ ଚରାଚର ମାନଚିତ୍ର ଯା’ର ।
ସେହି ପ୍ରଭୁ ପୟରରେ ଅଟେ ମୁଁ କିଙ୍କର । ।୨

ନ ଯିବି ଶିରିଡ଼ି, ନ ଗମିବି ତିରୁପତି ।
ଏକା ଶିରିକ୍ଷେତ୍ର ଅ଼଼ଟେ ଅଗତିର ଗତି । ୩।

ସେହି ଦୁର୍ଗା, ହର, ଗଣପତି, ଦିବାକର ।
ତା’କୁ ଅରପିଲେ ପୂଜା ପା’ନ୍ତି ସର୍ବସୁର । ୪।

ମାଗଇ ସିଲୁ ରାଉତ ବେନି କର ଯୋଡ଼ି ।
ନିଖିଳ ବିଶ୍ୱର ସବୁ କ୍ଲେଶ ଯାଉ ଛିଡ଼ି । ୫।

Leave A Reply

Your email address will not be published.